ନୂଆଦିଲ୍ଲୀ: ୨୦୨୩ରେ ଭାରତରେ ୧୬ ଲକ୍ଷରୁ ଅଧିକ ଶିଶୁ ନେଇନାହାନ୍ତି ଟିକା । ଗୋଟିଏ ବର୍ଷ ଭିତରରେ ଭ୍ୟାକ୍ସିନ୍ ଠାରୁ ଦୂରେଇ ରହିଥିବା ରାଷ୍ଟ୍ରରେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି ନାଇଜେକରିଆ । ସେଠାରେ ୨୧ ଲକ୍ଷ ଛୋଟ ପିଲା କୌଣସି ପ୍ରକାର ଟିକା ନେଇନାହିନ୍ତି । ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ୟୁନିସେଫ୍ ।
ୟୁନିସେଫ୍ ମୁତାବକ, ୨୦୨୩ ମସିହାରେ ଟିକା ଲଗାଇନଥିବା ଦେଶ ମଧ୍ୟରେ ଭାରତ ଦ୍ବିତୀୟ ନମ୍ବରରେ ରହିଛି । ଭାରତରେ ପ୍ରାୟ ୧୬ ଲକ୍ଷ ଶିଶୁ ଅଛନ୍ତି, ଯେଉଁମାନେ କୌଣସି ପ୍ରକାର ଭ୍ୟାକ୍ସିନ୍ ନେଇନାହାନ୍ତି । ୟୁନିସେଫ୍ ତରଫରୁ ୨୦୨୪ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଦିଆଯାଇିବା ରିପୋର୍ଟ ଆଧାରରେ ୨୦୨୩ ଟିକାକରଣର ଅନୁମାନ କରାଯାଇଛି । ଏଥିରେ ବିଶ୍ବବ୍ୟାଙ୍କର ୨୦୨୪ ଡେଭଲମେଣ୍ଟ ଇଣ୍ଡିକେଟର୍ସ ଏବଂ ଜାତିସଂଘର ଜନସଂଖ୍ୟା ବିଭାଗର ରିପୋର୍ଟକୁ ମଧ୍ୟ ବ୍ୟବହାର କରାଯାଇଛି ।
ରିପୋର୍ଟରେ କୁହାଯାଇଛି, ଗତବର୍ଷ ଟିକା ନେଇନଥିବା ଶିଶୁଙ୍କ ସଂଖ୍ୟା ଗତବର୍ଷ ଠାରୁ ଅଧିକ ରହିଛି । ବର୍ତ୍ତମାନ ଭ୍ୟାକ୍ସିନ ନେଇନଥିବା ଶିଶୁଙ୍କ ସଂଖ୍ୟା ୧କୋଟି ୩୯ ଲକ୍ଷରୁ ବୃଦ୍ଧି ପାଇଁ ୧ କୋଟି ୪୫ଲକ୍ଷରେ ପହଞ୍ଚିଛି । ୨୦୧୯ ଅର୍ଥିକ ବର୍ଷ ଆକଳନ ଅନୁଯାୟୀ ୧୭ଲକ୍ଷ ଟଙ୍କା ଅଧିକ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, କିଛି ଶିଶୁ ପ୍ରଥମ ଟିକା ନେବା ପରେ ଦ୍ବିତୀୟ ଟିକା ନେଇ ନାହାନ୍ତି । ଟିକା ଲଗାଇ ନଥିବା ଏବଂ ଅଧା ଟିକା ଲଗାଇଥିବା ମୋଟ୍ ଶିଶୁଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷରେ ପହଞ୍ଚିଛି ।...