ଦେଶରେ ୧୦ ପ୍ରତିଶତ ଲୋକ ନେଇଛନ୍ତି ଟିକାର ଡବଲ୍‌ ଡୋଜ୍‌, ଏବେ ସୁଦ୍ଧା ଦିଆସରିଛି ୪୪.୧୯ କୋଟି ଖୁରାକ: କେନ୍ଦ୍ର

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ  ୨୭/୭: ଦେଶରେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ଟିକାକରଣ ଜୋରଦାର ହୋଇଛି । ଏବେ ସୁଦ୍ଧା ଦେଶରେ ୯ କୋଟିରୁ ଅଧିକ ଲୋକ ଟିକାର ଦୁଇଟି ଡୋଜ୍‌ ନେଇସାରିଛନ୍ତି । ଭ୍ୟାକସିନ୍‌ ନେବାକୁ ଥିବା ବା ନେଇଥିବା ଜନସଂଖ୍ୟାର ମୋଟ ୧୦ ପ୍ରତିଶତ (୯୩୮୫୫୫୦୧) ଲୋକ ଦୁଇଟି ଖୁରାକ ନେଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଏବେ ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ ଲୋକଙ୍କୁ ଭ୍ୟାକସିନ୍‌ ଦିଆଯାଉଛି। ଏହା ସହ ମୋଟ ୪୪.୧୯ କୋଟି ଡୋଜ୍‌ ଦିଆଯାଇଥିବା ବେଳେ ଦେଶରେ ୧୮ରୁ ୪୪ ବର୍ଷ ବୟସର ଲୋକ ଆନୁମନିକ ଭାବେ ୫୯.୭ କୋଟି ବୋଲି କୁହାଯାଉଛି। ଏହା ବ୍ୟତୀତ ୪୫ରୁ ୫୯ ବୟସର ଲୋକ ସଂଖ୍ୟା ୨୦.୯ କୋଟି । ଏହି କ୍ରମରେ ୧୮ରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ମୋଟ ୯୪.୪ କୋଟି ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ଆନୁମାନିକ ୧୩.୮ କୋଟି ହେବ।

ସେପଟେ ସଂକ୍ରମଣକୁ ନେଇ ନୀତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି ଦ୍ବିତୀୟ ଲହର ସମୟରେ ସଂକ୍ରମଣରେ ୯୩ ପ୍ରତିଶତ ହ୍ରାସ  ଘଟିଥିଲା। ଅନ୍ୟପଟେ ଭାରତରେ ୧୩୨ ଦିନ ପରେ ଗୋଟିଏ ଦିନରେ ୩୦ ହଜାରରୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୨୪ ଦିନ ପରେ ଚିକତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦ ହଜାରରୁ କମ୍‌ ରହିଛି। ମଙ୍ଗଳବାର ସକାଳ ୮ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଗୋଟିଏ ଦିନରେ ୨୯,୬୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୫ ଜଣ ଲୋକଙ୍କ ଜୀବନ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.