BSE ୨ହଜାର ୫୦୦ ଓ NIFTY ଖସିଲା ୬୩୦ ପଏଣ୍ଟ, ବଢିଲା Yes Bank ସେୟାର ମୂଲ୍ୟ

Published By : Prameya-News7 Bureau | March 16, 2020 IST

ମୁମ୍ବାଇ ୧୬।୩:  ଚୀନ ବାହାରେ କରୋନା ସଂକ୍ରମଣ ବିଶ୍ୱ ସେୟାର ବଜାରକୁ ଗୁରୁତର ପ୍ରଭାବିତ କରିଛି। ସୋମବାର ଭାରତୀୟ ବଜାର ୧୦ ପ୍ରତିଶତ ହ୍ରାସସହ ଖୋଲିଥିଲା। ତେବେ ଦେଖୁ ଦେଖୁ ବଜାର ଖସିବାକୁ ଲାଗିଥିଲା। କାରବାରରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୨ହଜାର ୫୦୦ ଅଙ୍କ ତଳକୁ ଖସିଥିବା ବେଳେ ନିଫ୍ଟି ୬୩୦ ଅଙ୍କ ପର୍ଯ୍ୟନ୍ତ ଖସି ଆସିଛି। ତେବେ ଇୟେସ୍ ବ୍ୟାଙ୍କ ସେୟାରର ଜୋରଦାର କାରବାର ହେଉଥିବା ଦେଖାଯାଇଛି। ଏହି ବ୍ୟାଙ୍କର ସେୟାର ମୂଲ୍ୟରେ ପ୍ରାୟ ୫୮ପ୍ରତିଶତ ପର୍ଯ୍ୟନ୍ତ ସୁଧାର ଦେଖାଯାଇଛି।

{"id":239182,"width":577,"height":432,"sizeSlug":"large"}

ସକାଳେ କାରବାର ଆରମ୍ଭରୁହିଁ ୫.୪୨ ପ୍ରତିଶତ ହ୍ରାସ ସହ ୩୨,୨୮୫୫ରେ ଖୋଲିଥିଲା। ଯାହା ଅପରାହ୍ନ ୨ଟା ବେଳକୁ ୩୧, ୬୯୨.୨୬ରେ ପହଞ୍ଚିଯାଇଛି। ସେପଟେ ନିଫ୍ଟି ସକାଳେ ୫.୧୨ ହ୍ରାସ ସହ ୯,୪୪୫.୯୦ରେ ଖୋଲିଥିଲା ତେବେ ୨ଟା ବେଳକୁ ସୂଚକାଙ୍କ ୯,୨୬୮.୯୫ରେ ଥିବା ଦେଖାଯାଇଛି।

{"id":239184,"sizeSlug":"large"}

ଏସଏଣ୍ଡପି ବିଏସଇ ମେଡକେପର ୩୦ କମ୍ପାନୀଙ୍କ ମଧ୍ୟରୁ ୬ଟିର ସେୟାର କାରବାର କରୁଥିବା ବେଳେ ୨୪ଟି ହ୍ରାସର ସମ୍ମୁଖୀନ ହୋଇଛନ୍ତି। ବିଏସଇ ୩୦ର ସମସ୍ତ କମ୍ପାନୀ ଏବେ ଘାଟାରେ କାରବାର କରୁଛନ୍ତି। ଏଚଡିଏଫସି, ଟାଟାଷ୍ଟିଲ, ଆଇସିସି, ଆଇସିଆଇସିଆଇ ବ୍ୟାଙ୍କ ଓ ଏକ୍ସିସ୍ ବ୍ୟାଙ୍କ ସେୟାରରେ ହ୍ରାସ ଦେଖାଦେଇଛି। ତେବେ ଅଟୋ ସେକ୍ଟରରେ ବଜାଜ ଅଟୋ ଅଭିବୃଦ୍ଧି କରୁଥିବାର ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.