ମାହାଙ୍ଗାରେ ସ୍ଵାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ପ୍ରଚାର, ‘ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ଲଢେଇ ଜାରି ରହିବ’

Published By : Prameya-News7 Bureau | May 21, 2024 IST

ମାହାଙ୍ଗା ୨୧।୫: ମାହାଙ୍ଗାରେ ସ୍ଵାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ପ୍ରଚାର । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଗୋକନ ପଞ୍ଚାୟତର ପ୍ରସିଦ୍ଧ ସୁନ୍ଦରେଶ୍ୱର ମହାଦେବଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନ ପ୍ରଚାର ଆରମ୍ଭ କରିଛନ୍ତି । ସମର୍ଥକ ମାନଙ୍କ ସହ ପୂଜାର୍ଚ୍ଚନା କରି ବିଜୟୀ ହେବାକୁ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି l ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ଲଢେଇ ଜାରି ରହିବ ବୋଲି ସାରଦା କହିଛନ୍ତି l ଏକ ବିକଶିତ, ସଂସ୍କୃତି ସମ୍ପନ୍ନ, ଶାନ୍ତି ଓ ମୈତ୍ରୀର ମାଟିର ସ୍ୱାଭିମାନ ରକ୍ଷା ପାଇଁ ମାହାଙ୍ଗାବାସୀଙ୍କ ଆଶୀର୍ବାଦ ଓ ସମର୍ଥନ ଲୋଡ଼ିଥିଲେ ଯୁବ ନେତା ସାରଦା । 

ସାରଦା ପ୍ରଧାନ ୨୦୧୪ରେ ସ୍ଵାଧୀନ ପ୍ରାର୍ଥୀ, ୨୦୧୯ରେ ବିଜେପିରୁ ବିଧାୟକ ପ୍ରାର୍ଥୀ ଏବଂ ୨୦୨୪ରେ ପୁଣି ଥରେ ସ୍ଵାଧୀନ ପ୍ରାର୍ଥୀ ଭାବେ ମାହାଙ୍ଗାରୁ ନିର୍ବାଚନ ଲଢୁଛନ୍ତି । ଗୋକନ, ବାରାହୀପୁର, ଓସଙ୍ଗ, ପୋଡାମରାଇ, ପାଇକରାପୁର, ଲଳିତଗିରି ଆଦି ବିଭିନ୍ନ ପଞ୍ଚାୟତର ଘରକୁ ଘର ପଦଯାତ୍ରା କରି ଜନ ସମର୍ଥନ ଲୋଡିଛନ୍ତି ସାରଦା l ମାଟିର ପୁଅକୁ ବିପୁଳ ସମର୍ଥନ ଦେବାକୁ ସେ ମତଦାତା ମାନଙ୍କୁ ଅନୁରୋଧ କରିବା ଦେଖିବାକୁ ମିଳିଛି । 

You Can Read :

ବାଇକ୍ ରାଲିରେ ଅରିନ୍ଦମ୍‌ଙ୍କ ପ୍ରଚାର, ଲୋକଙ୍କ ପାଖରେ ଶାସକ ଦଳର ବିଫଳତା ପହଞ୍ଚାଇବା ସହ ବିଜେପିକୁ ଭୋଟ୍ ଦେବାକୁ କଲେ ଅନୁରୋଧ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.