ଦେଶର ପ୍ରସିଦ୍ଧ ସ୍ଲୋଗାନ, ଭରି ଦିଏ ମନରେ ଦେଶ ଭକ୍ତିର ଭାବନା, ଜାଣନ୍ତୁ କିଏ ଦେଇଥିଲେ କେଉଁ ନାରା…
15/08/2023 at 7:55 PM

ନୂଆଦିଲ୍ଲୀ: ଦେଶ ଆଜି ପାଳନ କରୁଛି ୭୭ତମ ସ୍ୱାଧୀନତା ଦିବସ। ଏହି ଅବସରରେ ବନ୍ଦେ ମାତରମ୍, ଭାରତ ମାତାକି ଜୟ, ଜୟ ହିନ୍ଦ୍, ସତ୍ୟମେବ ଜୟତେ ଭଳି ଏମିତି ଅନେକ ନାରା ବା ସ୍ଲୋଗାନରେ କମ୍ପି ଉଠିଛି ପରିବେଶ। ଆଉ ଏହି ନାରା ଲୋକଙ୍କ ଭିତରେ ଭରି ଦେଉଛି ଦେଶ ଭକ୍ତିର ଭାବନା। ତେବେ ଆସନ୍ତୁ ଜାଣିବା କିଏ ଆଉ କେଉଁ ସମୟରେ ପ୍ରଥମେ ଦେଇଥିଲେ ଏହି ନାରା।

ଭାରତ ମାତା କି ଜୟ– କିରଣ ଚନ୍ଦ୍ର ବନ୍ଧୋପାଧ୍ୟାୟ ୧୮୭୩ରେ ‘ଭାରତ ମାତା’ ନାଟକ ସମୟରେ ଭାରତ ମାତା କି ଜୟ ନାରା ଦେଇଥିଲେ।
ବନ୍ଦେ ମାତରମ୍– ରବିନ୍ଦ୍ର ନାଥ ଟାଗୋର ୧୮୯୬ରେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ଏକ ଅଧିବେଶନରେ ପ୍ରଥମେ ବନ୍ଦେ ମାତରମ୍ ବ୍ୟବହାର କରିଥିଲେ। ଏବେ ଏହା ରାଷ୍ଟ୍ରୀୟ ଗୀତ।
ଜୟ ହିନ୍ଦ୍ – ସୁବାଷ ଚନ୍ଦ୍ର ବୋସ୍ ଜୟ ହିନ୍ଦ୍କୁ ଆଜାଦ୍ ହିନ୍ଦ୍ ଫୌଜରେ ଦେଇଥିଲେ ଅଗ୍ରାଧିକାର । ସ୍ୱାଧୀନତା ପରେ ପୋଲିସ, ସେନା ଓ ପୂରା ଦେଶବାସୀ ଏହାକୁ ଆପଣେଇଥିଲେ।

ଜୟ ଯବାନ୍ , ଜୟ କିଷାନ – ୧୯୬୫ରେ ଦିଲ୍ଲୀରେ ନିଜ ଅଭିଭାଷଣରେ ଲାଲ୍ ବାହାଦୁର୍ ଶାସ୍ତ୍ରୀଜୀ ଦେଇଥିଲେ ଏହି ନାରା। ପରେ ବାଜପେୟୀ ପୋଖରାନ ଟେଷ୍ଟ ପରେ ଭିସ୍ଫୋଟ୍ ପରେ ଏଥିରେ ଜୟ ବିଜ୍ଞାନ ଯୋଡି ହୋଇଥିଲା।
ସତ୍ୟମେବ ଜୟତେ- ପଣ୍ଡିତ ମଦନ ମୋହନ ମାଲଭୀୟା ୧୯୧୮ରେ ଏହି ନାରାକୁ ବ୍ୟବହାର କରିଥିଲେ।

ଇନକଲାବ ଜିନ୍ଦାବାଦ– ୧୯୨୧ରେ ମୌଲାନା ହର୍ସଦ ମୋହାନୀ ନାରା ଦେଇଥିଲେ ଆଉ ଏହାକୁ ପ୍ରଥମେ ବ୍ୟବହାର କରିଥିଲେ ଭଗତ ସିଂହ ।
କରୋ ୟା ମରୋ– ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ମହାତ୍ମାଗାନ୍ଧୀ କରୋ ୟା ମରୋ ସ୍ଲୋଗାନ୍ ଦେଇଥିଲେ।