ନୂଆଦିଲ୍ଲୀ ୧୩।୮: କୌଣସି ଇଭେଣ୍ଟ ପାଇଁ ଏକ ସ୍ବତନ୍ତ୍ର ଲୁକ୍ କ୍ରିଏଟ୍ କରିବାର ମଜ୍ଜା କିଛି ଭିନ୍ନ ଥାଏ । ଯେମିତିକି ଯଦି ଆପଣ ଅଗଷ୍ଟ ୧୫ ପାଳନ ପାଇଁ ପୋଷାକ ବାଛିପାରି ନାହାଁନ୍ତି ତେବେ ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଯଦି ଆପଣଙ୍କ ନିକଟରେ ନୂଆ ପୋଷାକ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, ବରଂ ଆପଣ ଆପଣଙ୍କ ଆଲମାରୀରେ ଥିବା କିଛି ପୋଷାକକୁ ମିଶାଇ ନିଜ ପାଇଁ ଷ୍ଟାଇଲିସ୍ ଲୁକ୍ ତିଆରି କରିପାରିବେ ।
ଶାଢୀ :
ସ୍ବାଧୀନତା ଦିବସରେ ଯଦି ଆପଣଙ୍କର ଶାଢୀ ପିନ୍ଧିବାର ଇଚ୍ଛା ଅଛି ତେବେ ଆପଣ କମଳା କିମ୍ବା ସବୁଜ ରଙ୍ଗର ଶାଢୀ ପିନ୍ଧିପାରିବେ । ଯଦି ଆପଣଙ୍କ ନିକଟରେ କମଳା କିମ୍ବା ସବୁଜ ରଙ୍ଗର ଶାଢୀ ନାହିଁ ତେବେ ଆପଣ ଧଳା ଶାଢୀ ସହ କମଳା ରଙ୍ଗର ବ୍ଲାଉଜ୍ କିମ୍ବା କ୍ରପ୍ ଟପ୍ ପିନ୍ଧିପାରିବେ ।
ସୁଟ୍ ସାଲଓ୍ବାର :
ଧଳା ରଙ୍ଗର କୁର୍ତ୍ତା ପ୍ରାୟ ସମସ୍ତଙ୍କ ନିକଟରେ ଥାଏ । ଏମିତିରେ ଆପଣ ଧଳା ରଙ୍ଗର କୁର୍ତ୍ତା ସହ କମଳା ରଙ୍ଗର ଓଢଣୀ ଏବଂ ସବୁଜ ରଙ୍ଗର ସାଲଓ୍ବାର ପିନ୍ଧିପାରିବେ । ଏମିତିରେ ଆପଣଙ୍କ ଏଥେନିକ୍ ଲୁକ୍ ବହୁତ ସୁନ୍ଦର ଲାଗିବ ।
ଧଳା ଟପ୍ :
ଯଦି ଆପଣଙ୍କୁ ଓ୍ବେଷ୍ଟର୍ଣ୍ଣ ପୋଷାକ ପିନ୍ଧିବାକୁ ଭଲ ଲାଗେ ତେବେ ଆପଣ ଧଳା ସାର୍ଟ କିମ୍ବା ଟପ୍ ସହିତ ସବୁଜ ରଙ୍ଗର ଟ୍ରାଉଜର ପିନ୍ଧିପାରିବେ । ଏହାସହ ଯଦି କମଳା ରଙ୍ଗର ଷ୍ଟୋଲ୍ କିମ୍ବା ସ୍କାର୍ଫ୍ ପକାଇବେ ତେବେ ଆପଣ ବହୁତ ଅପ୍ ଟୁ ଡେଟ୍ ଦେଖାଯିବେ ।
ଲଙ୍ଗ୍ ସ୍ଲିଟ୍ କୁର୍ତ୍ତା :
ଲଙ୍ଗ୍ ସ୍ଲିଟ୍ କୁର୍ତ୍ତା ମଧ୍ୟ ବହୁତ ଭଲ ଲାଗିବ । ଆପଣ ଧଳା ରଙ୍ଗର କୁର୍ତ୍ତା ପିନ୍ଧିପାରିବେ । ଏହାସହ ସବୁଜ ରଙ୍ଗର ଟ୍ରାଉଜର ବହୁତ ଭଲ ଦେଖାଯାଏ । ସେହିଭଳି ନୀଳ ରଙ୍ଗର ଲଙ୍ଗ୍ ସ୍ଲିଟ୍ କୁର୍ତ୍ତା ଏବଂ ଧଳା ଟ୍ରାଉଜର କିମ୍ବା ପ୍ୟାଣ୍ଟକୁ ମିଶାଇ ପିନ୍ଧିଲେ ଆପଣଙ୍କ ଲୁକ୍ ବହୁତ ଭଲ ଲାଗିବ ।