scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିତ, ପାଣିରେ ଭାସି ତ୍ରିରଙ୍ଗା ଉଡ଼ାଇଲେ ଯୋଗ ଗୁରୁ ଅଶୋକ ବରାଳ

15/08/2022 at 7:50 PM

ଭୁବନେଶ୍ୱର: ଭୁବନେଶ୍ୱରରେ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଯୋଗ ଗୁରୁ ଅଶୋକ କୁମାର ବରାଳ । ଭୁବନେଶ୍ୱର ସ୍ଥିତ ଐତିହାସିକ ପୁଷ୍କରିଣୀ ପାଣିରେ ଭାସି ଜାତୀୟ ପତାକା ଉଡ଼ାଇଛନ୍ତି । ପାଣିରେ ଭାସମାନ ଅବସ୍ଥାରେ ତ୍ରିରଙ୍ଗା ପତାକାକୁ ସଲାମି ଦେଇ ଦେଶର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଭକ୍ତିପୂତ ସମ୍ମାନ ଜଣାଇଛନ୍ତି ।

ସ୍ୱାଧୀନ ଭାରତରେ ଆମେ ସୁରକ୍ଷିତ ସହ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ବୈଷୟିକ କ୍ଷେତ୍ରରେ ବିଶେଷ ପ୍ରଗତି କରିଛୁ । ଯାହାଫଳରେ ଭାରତ ବିଶ୍ଵରେ  ନିଜର ପତିଆରା ଜାହିର କରିପାରିଛି ବୋଲି ଅଶୋକ ବରାଳ କହିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଜଳରେ ଭାସିବା କୌଶଳ ବିଶ୍ୱବାସୀଙ୍କୁ ପାଣିରେ ବୁଡ଼ିବାଠାରୁ ସୁରକ୍ଷା ଦେବ। ଏଥିପାଇଁ ସେ ଜଳରେ ଭାସମାନ ଅବସ୍ଥାରେ ପତକା ଉଡ଼ାଇଛନ୍ତି ।

ପାଣିରେ ଭାସିବାର ଗୁଣ ପ୍ରତ୍ୟେକ ପ୍ରାଣୀଙ୍କ ଶରୀରର ରହିଛି । ମନୁଷ୍ୟ ଶରୀରରେ ମଧ୍ୟ ପାଣିରେ ଭାସିବାର ଗୁଣ ରହିଛି ଏହି ସନ୍ଦେଶ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ଜଳ ଯୋଗ ଗୁରୁ ଅଶୋକ ବରାଳ ଏହି  ଅବସରରେ ପ୍ରୟାସ କରିଛନ୍ତି। ଏହି ଉତ୍ସବରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର  ଛାତ୍ରଛାତ୍ରୀ ମାନଙ୍କ ସହିତ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଥିଲେ।

   Related Posts