ଡୁଡୁମା ଜଳ ପ୍ରପାତରେ ପାଳନ ହେଲା ସ୍ୱାଧୀନତା ଦିବସ
15/08/2022 at 10:46 PM

ଲମତାପୁଟ,୧୫/୦୮: ଡୁଡୁମା ଜଳ ପ୍ରପାତରେ ଉନ୍ନତି କରଣ ସାଙ୍ଗକୁ ଅଞ୍ଚଳ ବାସୀଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଥମ ଥର ପାଇଁ କୋରପୁଟ ଜିଲ୍ଲା ଲମତାପୁଟ ବ୍ଲକର ଡୁଡୁମା ଜଳ ପ୍ରପାତ ପରିସର ମଧ୍ୟରେ ୭୫ତମ ସ୍ୱାଧୀନତା ଦିବସ ପ୍ରଶାସନଙ୍କ ପକ୍ଷରୁ ପାଳନ କରାଯାଇଛି । ଲମତାପୁଟ ବ୍ଲକ ଅଧକ୍ଷ ତାପସ ଚାଲାଣ, ବିଡ଼ିଓ ସାନ୍ଧ୍ୟ ସମରଥଙ୍କ ସମେତ ସ୍ଥାନୀୟ ସରପଞ୍ଚ, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ଯୁବ ଗୋଷ୍ଠୀ ସମେତ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ । ପ୍ରଥମ ଥର ପାଇଁ ଡୁଡୁମା ଜଳ ପ୍ରପାତରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବାରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଡୁଡୁମା ଜଳ ପ୍ରପାତର ଉନ୍ନତି କରଣ କରିବା ସହ ଆଗାମୀ ଦିନରେ ଡୁଡୁମା ଜଳ ପ୍ରପାତ ଅନ୍ତର୍ଜାତିକ ସ୍ତରରେ ପରିଚୟ ସୃଷ୍ଟି କରିବା ଏବଂ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିବେ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।