scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୦ ବର୍ଷରେ ମୋଦୀଙ୍କ ସ୍ବାଧୀନତା ଦିବସର ଲୁକ୍‌, ପ୍ରତିଥର ନୂଆ ପଗଡିରେ ଆସିଛନ୍ତି ନଜର

15/08/2023 at 2:45 PM

ନୂଆଦିଲ୍ଲୀ ୧୫।୦୮; ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି  ସାରା ଦେଶ । ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରତ୍ୟକଥର ଦେଶବାସୀଙ୍କ ହୃଦୟ ଜିତିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷାକ ଓ ପଗଡି । ଏଥର ମଧ୍ୟ କିଛି ଏପରି ଭାବେ ମୋଦୀ ନଜର ଆସ ରାଜସ୍ଥାନର ଏକ ସ୍ୱତନ୍ତ୍ର ବାନ୍ଧଣୀ ଡିଜାଇନ୍ ପଗଡି ପିନ୍ଧିଛନ୍ତି । ଯେଉଁଥିରେ ନାଲି, ହଳଦିଆ, ସବୁଜ ପରି ଅନେକ ରଙ୍ଗ ରହିଛି । ଆସନ୍ତୁ ନଜର ପକାଇବା ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ପିଏମଙ୍କ ପୋଷାକ ଏବଂ ପଗଡି ଉପରେ…

୨୦୨୨ରେ ମୋଦୀ ଏକ ତ୍ରିରଙ୍ଗା ରଙ୍ଗର ପଗଡି ବାନ୍ଧିଥିଲେ । ଯେଉଁଥିରେ ତିନୋଟି ରଙ୍ଗ ଥିବା ନଜର ଆସିଥିଲା । ପିଏମ ମୋଦୀ ଧଳା କୁର୍ତ୍ତା, ଚୁରିଦାର ପାଇଜାମା ଏବଂ ନୀଳ ଜ୍ୟାକେଟ ସହିତ ତ୍ରିରଙ୍ଗା ରଙ୍ଗର ପଗଡିରେ ନଜର ଆସିଥିଲେ ।  

୨୦୨୧ରେ ପିଏମ ମୋଦୀ ସ୍ୱାଧୀନତା ଦିବସରେ ଅଷ୍ଟମ ଥର ପାଇଁ ଲାଲ୍‌କିଲ୍ଲା ତ୍ରିରଙ୍ଗା ଉଠାଇଥିଲେ। ସେହି ସମୟରେ ମୋଦୀ ଗୋଲାପୀ ଓ ଗେରୁଆ ରଙ୍ଗର ପଗଡି ସହିତ ଧଳା କୁର୍ତ୍ତା, ସ୍କାଏ ବ୍ଲୁ କଲର୍‌ର ଜ୍ୟାକେଟ ଏବଂ ବେକରେ ନାଲି ରଙ୍ଗର ଏମ୍ରବର୍ଡରର ଷ୍ଟଲ୍‌ ପକେଇଥିଲେ ।

୨୦୨୦ ମସିହା ବିଷୟରେ କହିବାକୁ ଗଲେ ପିଏମ ମୋଦୀ ଗେରୁଆ ଏବଂ କ୍ରିମ୍ କଲର୍‌ର ପଗଡି ପିନ୍ଧିଥିଲେ । ଏହା ସହିତ ମୋଦୀ ଏକ ଧଳା ଡୁପଟା ପିନ୍ଧିଥିଲେ।

୨୦୧୯ ସ୍ୱାଧୀନତା ଦିବସର ଐତିହାସିକ ଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଧଳା କୁର୍ତ୍ତା, ବେକରେ ଷ୍ଟଲ୍‌ ଏବଂ  ସବୁଜ ଓ ଲାଲ ରଙ୍ଗର ପଗଡିକୁ ରାଜସ୍ଥାନୀ ଶୈଳୀରେ ପିନ୍ଧିଥିଲେ। 

୨୦୧୮ ମସିହା ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନିଜ ପାଇଁ ଲାଲ୍ ବାନ୍ଧେଣୀର ଗେରୁଆ ଏବଂ ଲାଲ୍‌ ରଙ୍ଗର ପଗଡି ପିନ୍ଧିଥିଲେ । କୁର୍ତ୍ତା-ପାଇଜାମା ସହିତ ତାଙ୍କର ଏହି ପଗଡି ବେଶ୍ ମ୍ୟାଚ୍‌ କରୁଥିଲା ।  

୨୦୧୭ରେ ପିଏମ ମୋଦୀ ଚତୁର୍ଥ ଥର ପାଇଁ ଲାଲ୍‌କିଲ୍ଲାରୁ ପତାକା ଉତ୍ତୋଳନ କରିଥିଲେ । ସେତେବେଳେ ସେ ହାଲୁକା ବାଦାମ ରଙ୍ଗର କୁର୍ତ୍ତା ଉପରେ ନାଲି ଏବଂ ହଳଦିଆ ରଙ୍ଗର ପଗଡି ପିନ୍ଧିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପୋଷାକକୁ ବହୁତ ପ୍ରଶଂସା କରାଯାଇଥିଲା।

୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଧା କୁର୍ତ୍ତା ଏବଂ ଚୁରିଦାର ପାଇଜାମାରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଲାଲ, ଗାଢ ଗୋଲାପୀ ଏବଂ ହଳଦିଆ ରଙ୍ଗର ରାଜସ୍ଥାନୀ ପଗଡି ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା ।

୨୦୧୫ମସିହାରେ ମୋଦୀଙ୍କୁ ନାଲି, ହଳଦିଆ ଏବଂ ସବୁଜ ରଙ୍ଗର ପଗଡିରେ ଦେଖିବାକୁ ମିଳିଥିଲା। ସେ ଏହି ପଗଡିକୁ ହାଲୁକା କମଳା ରଙ୍ଗର ସାର୍ଟ ଏବଂ ଏକ ବାଦାମୀ ରଙ୍ଗର ଜ୍ୟାକେଟ୍ ସହିତ ପିନ୍ଧିଥିଲେ ।  

୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ସ୍ୱାଧୀନତା ଦିବସରେ ରାଷ୍ଟ୍ରୀୟଧ୍ବଜା ଉତ୍ତୋଳନ କରିଥିଲେ । ଏହି ସମୟରେ ମୋଦୀ ହାପ୍‌ ସ୍ଲିଭ ସାର୍ଟ ସହିତ ପିନ୍ଧିଥିଲେ ଏକ ନାଲି ଏବଂ ହଳଦିଆ ରଙ୍ଗର ପଗଡ଼ି ।

   Related Posts