ଭାରତ-ଜିମ୍ବାଓ୍ବେ ଅନ୍ତିମ ଟି-୨୦; ୪-୧ ଲକ୍ଷ୍ୟରେ ଶୁବମନ ସେନା, ସମ୍ମାନ ପାଇଁ ଖେଳିବ ଟିମ୍ ସିକନ୍ଦର

Published By : Prameya-News7 Bureau | July 14, 2024 IST

ମୁମ୍ବାଇ: ଚତୁର୍ଥ ମ୍ୟାଚ୍ ଜିତି ଟି-୨୦ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ୍ ଗିଲ୍ ଓ ଯଶସ୍ରୀ ଜୟସ୍ବାଲଙ୍କ ଦୁର୍ଦ୍ଦଶ ବ୍ୟାଟିଂ ବଳରେ ୧୦ ଓ୍ବିକେଟରେ ଜିମ୍ବାଓ୍ବେ ଟିମକୁ ମାତ୍ ଦେଇଛି ଭାରତୀୟ ଦଳ । ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୩-୧ରେ ଆଗରେ ରହିଛି ଟିମ୍ ଇଣ୍ଡିଆ । ତେବେ ରବିବାର ହରାରେ ସ୍ପୋର୍ଟ୍‌ସ କ୍ଲକରେ ଖେଳାଯିବ ଅନ୍ତିମ ମୁକାବିଲା । ଅପରାହ୍ଣ ସାଢ଼େ ୪ଟାରେ ପୁଣି ଥରେ ମୁହାଁମୁହିଁ ହେବେ ସିକନ୍ଦର ବାହିନୀ ଓ ଶୁବମନ ସେନା । 

ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାଓ୍ବେ ଟିମ୍ ଭାରତୀୟ ଦଳକୁ ଚକମା ଦେଇଥିଲେ । ପ୍ରଥମ ମ୍ୟାଚକୁ ଜିତି ନେଇଥିଲା ଦଳ । ହେଲେ ଦ୍ବିତୀୟ ମୁକାବିଲାରେ କମ୍‌ବ୍ୟାକ୍ କରିଥିଲା ଶୁବମନ ସେନା । ଏହା ପରେ ଲଗାତାର ତିନେଟି ମ୍ୟାଚ୍ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ । ଆଜି ଅନ୍ତିମ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ଜିତି ଶୃଙ୍ଖଳାକୁ ୪-୧ କରିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ସେପଟେ ଜିମ୍ବାଓ୍ବେ ଟିମ୍ ଏହି ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ ହୋଇପାରେ ।  ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ଏହି ଶୃଙ୍ଖଳାରେ ଅଭିଷେକ୍ ଶର୍ମା, ରିଆନ୍ ପରାଗ୍, ତୁଷାର ଦେଶପାଣ୍ଡେ, ଧ୍ରୁବ ଜୁରେଲ୍ ଏବଂ ସାଇ ସୁଦର୍ଶନ ଡେବୁଟାଣ୍ଟ ଭାବେ ଖେଳୁଛନ୍ତି । 

ଭାରତୀୟ ସମ୍ଭାବ୍ୟ ଦଳ; ଶୁବମ୍ୟାନ୍ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଅଭିଷେକ ଶର୍ମା, ରିୟାନ୍ ପାରାଗ, ଶିବମ୍ ଦୁବେ, ସଞ୍ଜୁ ସାମସନ୍ (ଓ୍ବିକେଟ୍ କିପର), ରିଙ୍କୁ ସିଂହ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋୟୀ, ତୁଷାର ଦେଶପାଣ୍ଡେ, ମୁକେଶ କୁମାର..

ଜିମ୍ବାଓ୍ବେ ସମ୍ଭାବ୍ୟ ଦଳ; ୱେସଲି ମାଡେଭେର୍, ତାଡିୱାନାଶେ ମାରୁମାନି / ନିରୀହ କାୟା, ବ୍ରାଏନ୍ ବେନେଟ୍ଟ, ସିକନ୍ଦର ରଜା (ଅଧିନାୟକ), ଡିଅନ୍ ମାୟର୍ସ, ଜୋନାଥନ୍ କ୍ୟାମ୍ପବେଲ, କ୍ଲିଭ ମାଡାଣ୍ଡେ (ଓ୍ବିକେଟ୍ କିପର), ଫାରାଜ ଆକ୍ରାମ, ରିଚାର୍ଡ ନାଗାରାଭା, ଆଶୀର୍ବାଦ ମୁଜାରାବାନୀ, ତେଣ୍ଡାଇ ଚାଟାରା 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.