suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IND vs AUS : ବିଶାଖାପାଟଣାରେ ଖେଳାଯିବ ୨ୟ ଦିନିକିଆ, କମ୍‌ବ୍ୟାକ୍‌ କରିବ ତ ଅଷ୍ଟ୍ରେଲିଆ ?

18/03/2023 at 12:27 PM

ବିଶାଖାପାଟଣା ୧୮।୦୩ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଦିନିକିଆ ସିରିଜ୍‌। ମୁମ୍ବାଇର ଓ୍ୱାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ । ଯାହାଫଳରେ ତିନିଟିକିଆ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି । ଆଗାମୀ ମ୍ୟାଚ୍‌ ବିଶାଖାପାଟଣାରେ ଖେଳାଯିବ ।

ବିଶାଖାପାଟଣାରେ ଖେଳାଯିବାକୁ ଥିବା ୨ୟ ଦିନିକିଆ ମ୍ୟାଚ୍‌ ଯଦି ଭାରତ ବିଜୟୀ ହୁଏ । ତିନିଟିକିଆ ସିରିଜ୍‌କୁ ୨-୧ରେ ନିଜ ନାମରେ କରିବାରେ ସଫଳ ହେବ ଟିମ୍‌ ଇଣ୍ଡିଆ। ବିଶାଖାପାଟଣାରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତ ପାଇଁ ଗୁଡ୍‌ ନ୍ୟୁଜ୍‌ ରହିଛି । ଅଧିନାୟକ ରୋହିତ ଶର୍ମା ଦଳକୁ ଫେରୁଛନ୍ତି । ଦଳକୁ ଫେରିବା ପରେ ରୋହିତ ଶର୍ମା ହିଁ ଅଧିନାୟକ ପଦ ସମ୍ଭାଳିବେ । ବ୍ୟକ୍ତିଗତ କାରଣରୁ ପ୍ରଥମ ଦିନିକିଆରେ ଅନୁପସ୍ଥିତ ରହିଥିଲେ ରୋହିତ ଶର୍ମା । ଯାହାଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।

ବିଶାଖାପାଟଣା କ୍ରିକେଟ୍‌ ଗ୍ରାଉଣ୍ଡରେ ମୋଟ ୯ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି । ଯେଉଁଥିରେ ଭାରତ ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଦିନିକିଆରେ ପରାସ୍ତ ହୋଇଛି । ଶେଷରେ ଆଉ ଏକ ମ୍ୟାଚ୍‌ ଟାଇ ରହିଛି ।  ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଜୋରଦାର ଲଢେଇ ଦେଖିବାକୁ ମିଳିବ । ଖାସ୍‌ କରି ଏକ ହାଇସ୍କୋରିଂ ଗେମ୍‌ ହେବ ବୋଲି କ୍ରୀଡା ପ୍ରଶଂସକମାନେ ଆଶାବ୍ୟକ୍ତ କରିଛନ୍ତି ।

ଭାରତୀୟ ଟିମ୍‌– ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ୍‌ ରାହୁଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଇଷାନ୍‌ କିଷାନ୍‌, ଅକ୍ଷର ପଟେଲ୍‌, ୟୁଜବେନ୍ଦ୍ର ପଟେଲ୍‌, ଉମ୍‌ରାନ୍‌ ମଲ୍ଲିକ, ମହମ୍ମଦ ସିରାଜ, ଶର୍ଦ୍ଦୁଲ ଠାକୁର, କୂଳଦୀପ ଯାଦବ, ଓ୍ୱାସିଂଟନ୍‌ ସୁନ୍ଦର, ମହମ୍ମହ ସାମି, ଜୟଦେବ ଉନାଦକାଟ୍‌,

ଅଷ୍ଟ୍ରେଲିଆ ଦଳ– ଡେଭିଡ୍‌ ଓ୍ୱାର୍ଣ୍ଣର , କ୍ୟାମେରୁନ୍‌ ଗ୍ରୀନ୍‌, ଷ୍ଟିଭ୍‌ ସ୍ମିଥ୍‌, ଟ୍ରାଭିସ୍‌ ହେଡ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ୱେଲ୍‌, ମାର୍କସ ଷ୍ଟୟନିସ୍‌, ଜୋସ ଇନ୍‌ଗ୍ଲିସ୍‌, ମିଚେଲ୍‌ ମାର୍ସ, ଆଷ୍ଟନ୍‌ ଏଗାର, ଏଡାମ୍‌ ଜାମ୍ପା, ନାଥନ୍‌ ଏଲିସ୍‌, ସନ୍‌ ଆବଟ, ମାର୍ନସ ଲାବୁସେନ୍‌, ଆଲେକ୍ସ କେରୀ

   Related Posts