AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ବିଜୟ ସହ ନୂଆବର୍ଷର ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ, ରୋମାଞ୍ଚକର ମୁକାବିଲାରେ ୨ ରନରେ ଶ୍ରୀଲଙ୍କାକୁ କଲା ପରାସ୍ତ

3/01/2023 at 11:05 PM

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁମ୍ୱାଇର ୱାଙ୍ଖେଡେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତର ରୋମାଞ୍ଚଳର ବିଜୟ । ଶେଷ ବଲ ଯାଏ ଖେଳାଯାଇଥିବା ଏହି ମ୍ୟାଚକୁ ଭାରତ ୨ ରନରେ ଜିତି ନେଇଛି । ଅକ୍ଷର ପଟେଲ ମ୍ୟାଚର ଶେଷ ବଲ ପକାଇଥିଲେ, ଗୋଟିଏ ବଲରେ ବିଜୟ ପାଇଁ ଶ୍ରୀଲଙ୍କାକୁ ୪ ରନ ଦରକାର ଥିବାବେଳେ ବ୍ୟାଟର ଚମିକା କରୁଣାରତ୍ନେ କେବଳ ୧ ରନ ହାସଲ କରିପାରି ଥିଲେ । ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଭାରତ ୧-୦ରେ ଆଗକୁ ହୋଇଛି ।

ମ୍ୟାଚରେ ଟସ ଜିତି ଶ୍ରୀଲଙ୍କା ଟିମ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଘରୋଇ ଟିମ ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଦୀପକ ହୁଡ୍ଡା ଏବଂ ଅକ୍ଷର ପଟେଲ ଟିମ ପାଇଁ ଦମଦାର ବ୍ୟାଟିଂ କରି ଦଳକୁ ଏହି ସ୍ଥିତିରେ ପହଞ୍ଚାଇଥିଲେ । ଦଳ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୪୧ ରନ କରି ଅପରାଜିତ ଥିବା ବେଳେ ଅକ୍ଷର ପଟେଲ ୨୦ ବଲ ଖେଳି ୩୧ ରନ କରି ଅପରାଜିତ ଥିଲେ । ଇଶାନ କିଷନ ବ୍ୟକ୍ତିଗତ ଭାବେ ୨୯ ବଲରୁ ୩ଟି ଚୌକା ଏବଂ ୨ଟି ଛକା ସହାୟତାରେ ୩୭ ରନ କରି ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ମହେସ ଥିକସାନା, ଓ୍ବାନିନ୍ଦୁ ହାସାରଙ୍ଗା, ଦିଲସାନ ମଦୁସଙ୍କା ଏବଂ ଚାମିକା କରୁଣାରତ୍ନେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୬୩ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦଳ ୧୦ ୱିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୬୦ ରନ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କ ପକ୍ଷରୁ ଅଧିନାୟକ ଦାସୁନ ଶନାକା ସର୍ବାଧିକ ୪୫ ରନ କରିଥିଲେ । ଭାରତ ପକ୍ଷରୁ ଡେବ୍ୟୁଟାଣ୍ଟ ଶିଭମ ମାଭି ୪ ଓଭରରେ ୨୨ ଦେଇ ୪ ୱିକେଟ ହାସଲ କରିଥିଲେ । ଉମରାନ ମଲ୍ଲିକ ଏବଂ ହର୍ଷଲ ପଟେଲଙ୍କୁ ଦୁଇଟି ଲେଖାଏ ୱିକେଟ୍ ମିଳିଥିଲା ।

   Related Posts