IND vs SL 1st t20: ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତ ପାଇଁ ଡେବ୍ୟୁ କରିବେ ଦୁଇ ଖେଳାଳି

Published By : Prameya-News7 Bureau | January 03, 2023 IST

ମୁମ୍ୱାଇ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଟି ୨୦ର ସିରିଜର ପ୍ରଥମ ମୁକାବିଲା ଆଉ କିଛି ସମୟ ପରେ ଖେଳାଯିବ । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କା ଅଧିନାୟକ ଦଶୁନ ଶନାକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଉଭୟ ଭାରତ ଏବଂ ଶ୍ରୀଲଙ୍କା ଟିମ ନୂଆବର୍ଷର ଯାତ୍ରା ପ୍ରଥମ ମ୍ୟାଚର ବିଜୟରୁ ଆରମ୍ଭ କରିବାକୁ ଚାହିଁବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବର୍ଷର ପ୍ରଥମ ମ୍ୟାଚ୍ ଜିତିବା ଲକ୍ଷ୍ୟ ରଖିଛି ।

ଶୁଭମନ ଗିଲ ଏବଂ ଶିଭମ ମାଭି ଆଜି ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିବେ । ଗିଲଙ୍କ ଏହା ତୃତୀୟ ଫର୍ମାଟ୍ ଡେବ୍ୟୁ ହୋଇଥିବା ବେଳେ ମାଭିଙ୍କ ପାଇଁ ଏହା ତାଙ୍କର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ହେବ ।

ଭାରତୀୟ ଟିମ

ଇଶନ କିଶନ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଶିଭମ ମାଭି, ଉମରାନ ମଲିକ, ଯୁଜଭେନ୍ଦ୍ର ଚହଳ

ଶ୍ରୀଲଙ୍କା ଟିମ୍

ପଥୁମ ନିଶଙ୍କ, କୁସଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷେ, ଦାସୁନ ଶନାକା, ବାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହେଶ ଥିକ୍ଷଣା, କସୁନ ରାଜିଥା ଏବଂ ଦିଲଶାନ ମଦୁଶଂକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.