IND vs SL 1st t20: ଦୀପକ ହୁଡ୍ଡାଙ୍କ ଜବରଦସ୍ତ ଇନିଂସ, ଶ୍ରୀଲଙ୍କା ଆଗରେ ୧୬୩ ରନର ଟାର୍ଗେଟ୍

Published By : Prameya-News7 Bureau | January 03, 2023 IST

ମୁମ୍ବାଇ ୦୩/ ୦୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଜାରି ରହିଥିବା ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ଭାରତ ୧୬୨ ରନ ସଂଗ୍ରହ କରିଛି । ଦୀପକ ହୁଡ୍ଡା ଏବଂ ଅକ୍ଷର ପଟେଲ ଟିମ ପାଇଁ ଦମଦାର ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି । ମଧ୍ୟକ୍ରମ ବ୍ୟାଟର୍‌ମାନେ ଫେଲ୍‌ ମାରିବା ପରେ ଦୁହିଁଙ୍କ ମଧ୍ୟରେ ଅର୍ଦ୍ଧଶତାକୀୟ ଭାଗିଦାରୀ ହୋଇଥିଲା। ଶ୍ରୀଲଙ୍କାକୁ ଜିତିବାକୁ ହେଲେ ୧୬୩ ରନ କରିବାକୁ ହେବ ।

ଇଶାନ କିଷନ ବ୍ୟକ୍ତିଗତ ଭାବେ ୨୯ ବଲରୁ ୩ଟି ଚୌକା ଏବଂ ୨ଟି ଛକା ସହାୟତାରେ ୩୭ ରନ କରି ଆଉଟ ହୋଇଥିବା ବେଳେ ଶୁଭମାନ ଗିଲ ୭ ରନ, ସୂର୍ଯ୍ୟକୁମାର ଯାଦବ ୭ ରନ, ସଞ୍ଜୁ ସାମସନ ୫ ରନ କରି ଆଉଟ୍ ହୋଇଥିଲେ । ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ୨୭ ବଲ ଖେଳି ୪ଟି ଚୌକା ସହାୟତାରେ ୨୯ରନ କରି ପାଭିଲିୟନ ଫେରିଥିଲେ । ଦୀପକ ହୁଡା ୨୩ ବଲ ଖେଳି ଗୋଟିଏ ଚୌକା ଏବଂ ୪ଟି ଛକା ସହାୟତାରେ ୪୧ ରନ କରି ଅପରାଜିତ ଥିବା ବେଳେ ଅକ୍ଷର ପଟେଲ ୨୦ ବଲ ଖେଳି ୩୧ ରନ କରି ଅପରାଜିତ ଅଛନ୍ତି ।

ଶ୍ରୀଲଙ୍କା ପକ୍ଷରୁ ମହେସ ଥିକସାନା ୪ ଓଭରରେ ୨୯ ରନ ଦେଇ ଗୋଟିଏ ଓ୍ୱିକେଟ ନେଇଥିବା ବେଳେ ଓ୍ବାନିନ୍ଦୁ ହାସାରଙ୍ଗା ୪ ଓଭରରେ ୨୨ ରନ ଦେଇ ଗୋଟିଏ, , ଦିଲସାନ ମଦୁସଙ୍କା ୪ ଓଭରରେ ୩୫ ରନ ଦେଇ ୨ ଟି ଓ୍ବିକେଟ, ଚାମିକା କରୁଣାରତ୍ନେ ୩ ଓଭରରେ ୨୨ ରନ ୧ ଓ୍ବିକେଟ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.