ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ପର୍ଥରେ ହେବ କି ବର୍ଷା ? ଜାଣନ୍ତୁ ପୁରା ପାଣିପାଗ ରିପୋର୍ଟ

Published By : Prameya-News7 Bureau | October 29, 2022 IST

ପର୍ଥ ୨୯।୧୦:  ଅଷ୍ଟ୍ରେଲିଆରେ ଚାଲିଛି ଟି-୨୦ ବିଶ୍ୱକପ୍‌ । ଟୁର୍ଣ୍ଣାମେଣ୍ଟ ଏବେ ରୋମାଞ୍ଚକ ସ୍ଥିତି ଆଡକୁ ଗତିକରୁଛି । ଭାରତୀୟ ଟିମ୍‌ ଏବେ ଯାଏଁ ଖେଳିଥିବା ସମସ୍ତ ମ୍ୟାଚ୍‌ ଜିତିସାରିଛି । ଗ୍ରୁପ ବିରେ ଥିବା ଟିମ୍‌ ଇଣ୍ଡିଆର ଆଗାମୀ ମୁକାବିଲା ଦକ୍ଷିଣ ଆଫ୍ରିକା ସହିତ ରହିଛି । ଏହା ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪.୩୦ରେ ଆରମ୍ଭ ହେବ ।

ଚଳିତ ଟି-୨୦ ବିଶ୍ୱକପ୍‌ରେ ମ୍ୟାଚ୍‌ ପ୍ରତି ବର୍ଷାର ଭୟ ରହିଛି । ଯାହା ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରଦ୍ଦ ହେବା ସହ ପଏଣ୍ଟ ଭାଗ କରାଯାଇଛି । ଅଷ୍ଟ୍ରେଲିଆ , ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସମେତ ବଡ଼ ଟିମ୍‌ର ମ୍ୟାଚ୍‌ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରବିବାର ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ପାଣିପାଗ ନେଇ ଅପଡେଟ୍ ଆସିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ,  ରବିବାର ପର୍ଥରେ ୨ ପ୍ରତିଶତ ବର୍ଷାର ଆଶଙ୍କା ରହିଛି । ପର୍ଥରେ ସର୍ବାଧିକ ତାପମାତ୍ରା ୧୮ ଏବଂ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରହିବ । ଏହି ସମୟରେ ବେଗ ୫୫ କିମି ରହିବ ।

ସୂଚନାଯୋଗ୍ୟ ଯେ, ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଶେଷ ଓଭରରେ ପରାସ୍ତ କରିଥିଲା । ଏହାପରେ ୨ୟ ମ୍ୟାଚ୍‌ରେ ନେଦରଲାଣ୍ଡସକୁ ୫୬ ରନ୍‌ରେ ପରାସ୍ତ କରିଥିଲା ମେନ୍‌ ଇନ୍‌ ବ୍ଲୁ । ଏବେ ଆଗାମୀ ମୁକାବିଲା ଦକ୍ଷିଣ ଆଫ୍ରିକା , ବାଂଲାଦେଶ, ଜିମ୍ବାଓ୍ୱେ ସହିତ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.