ଦକ୍ଷିଣ ଆଫ୍ରିକାକୁ ଝଟକା, ଦଳ ପକ୍ଷରୁ ଚଳିତ ବର୍ଷ ସର୍ବାଧିକ ଓ୍ଵିକେଟ୍ ନେଇଥିବା ବୋଲର ଟେଷ୍ଟ ସିରିଜ୍‌ରୁ ବାଦ୍

Published By : Prameya-News7 Bureau | December 21, 2021 IST

ନୂଆଦିଲ୍ଲୀ ୨୧।୧୨: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ  ଦକ୍ଷିଣ ଆଫ୍ରିକାକୁ ଲାଗିଲା ଜୋରଦାର ଝଟକା। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନରିକ ନୋର୍ତୋଜେ ଆହତ କାରଣରୁ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡିଛନ୍ତି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ପ୍ରେସ ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି। ତେବେ ତାଙ୍କ ସ୍ଥାନରେ କାହାକୁ ଦଳରେ ସାମିଲ୍ କରାଯିବ ସେ ନେଇ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇ ନାହିଁ।

ପ୍ରୋଟିଆଜର ଦ୍ରୁତ ବୋଲର ଏନରିକ ନୋର୍ତଜେ କ୍ରମାଗତ ଆହତ କାରଣରୁ  ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡିଛନ୍ତି। ସେ ଏ ପର୍ଯ୍ୟନ୍ତ ଶତ ପ୍ରତିଶତ ସୁସ୍ଥ ହୋଇ ପାରି ନାହାନ୍ତି। ଆହତଜନିତ ସମସ୍ୟାରୁ ମୁକୁଳିବା ପାଇଁ ସେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡୁଛନ୍ତି। ବର୍ତ୍ତମାନ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ରୁ ପ୍ରଥମ ଟେଷ୍ଟ ସେଞ୍ଚୁରିୟାନର ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ। ନୋର୍ତଜେଙ୍କ ଅନୁପସ୍ଥିତି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଆକ୍ରମଣକୁ ଜୋରଦାର ଝଟକା ଦେଇଛି। ସେ ବାଦ୍ ପଡିବାରୁ କାଗିସୋ ରାବଡା ଓ ଲୁଙ୍ଗି ଏନଗିଡିଙ୍କ ଉପରେ ଦାୟିତ୍ଵ ଅଧିକ ବଢି ଯାଇଛି। ନୋର୍ତଜେ ୨୦୨୧ ଆଇପିଏଲ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ମେଗା ନିଲାମ ପୂର୍ବରୁ ତାଙ୍କୁ ଦଳ ରିଟେନ୍ କରିବାକୁ ନିଷ୍ପତ୍ତି ନେଇଥିଲା।

୨୮ ବର୍ଷୀୟ ଏହି ଦ୍ରୁତ ବୋଲର ୨୦୨୧ରେ ଚମତ୍କାର ଫର୍ମରେ ଅଛନ୍ତିୁ। ସେ ଚଳିତ ବର୍ଷ ୫ଟି ଟେଷ୍ଟରେ ୨୦.୭୬ ହାରରେ ୨୫ ଓ୍ଵିକେଟ୍ ନେଇଛନ୍ତି। ଏଥିରେ ଦୁଇ ଥର ୫ ଓ୍ଵିକେଟ୍ ସାମିଲ। ୬୬ ରନ ଦେଇ ୫ ଓ୍ଵିକେଟ୍ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ନୋର୍ତ୍ତଜେ ଘଣ୍ଟା ପ୍ରତି ୧୫୦  କିମି ମେଗରେ  ବୋଲିଂ କରନ୍ତି। ସେ ସିରିଜରୁ  ବାଦ୍ ପଡବି ବା ପରେ ଭାରତୀୟ  ବ୍ୟାଟସମ୍ୟାନ ପାଇଁ ଆଶ୍ଵସ୍ତିକର ଖବର ଆଣି ଦେଦଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.