ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବ୍ୟାଟିଂ କରିବ ଦ.ଆଫ୍ରିକା, ପ୍ରଥମ ଟି-୨୦ରେ ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

28/09/2022 at 6:52 PM

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ଠାରୁ ୩ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ୍‌ ଆରମ୍ଭ ହେଉଛି । କେରଳର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା  ପ୍ରଥମ ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ। ଭ୍ରମଣକାରୀ ଦ.ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଛି ଭାରତ।

 ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ(୨-୧ରେ) ବିଜୟ ପରେ ରୋହିତ ବାହିନୀର ନଜର ଏବେ ଦକ୍ଷିଣ ଆଫ୍ରିକା ଉପରେ । ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଆଉ ଏକ ସିରିଜ ଜିତି ଭାରତ ଦୃଢ ମନୋବଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହା ପୂର୍ବରୁ କିଛି ଛୋଟ ମୋଟ ତ୍ରୁଟିକୁ ଏହି ସିରିଜ ଜରିଆରେ ସୁଧାରିବାକୁ ଭାରତ ପ୍ରୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଆଇପିଏଲ୍‌ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସିରିଜ ବିଜୟ ପାଇଁ ପ୍ରୟାସ କରିବେ ।

ତେବେ ବିଶ୍ୱକପ୍‌ ପୂର୍ବରୁ ଡେଥ୍‌ ଓଭର ବୋଲିଂକୁ ଶାଣିତ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ସତ୍ତେ୍ୱ ଡେଥ୍‌ ଓଭର ବୋଲିଂ ପ୍ରଭାବଶାଳୀ ହୋଇ ନଥିବା ରୋହିତ ସ୍ୱୀକାର କରିଛନ୍ତି । ତେଣୁ ବିଶ୍ୱକପ୍‌ ପୂର୍ବରୁ ଏହି ତ୍ରୁଟି ସୁଧାରିବାକୁ ସେ ପ୍ରାଥମିକତା ଦେବେ । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ରାମ ନେଇଥିବା ଯୁବ ପେସ୍‌ ବୋଲର ଅର୍ଶଦୀପ ସିଂହ ଦଳକୁ ଫେରବା ଫଳରେ ଡେଥ୍‌ ଓଭର ବୋଲିଂ ଶକ୍ତି ବୃଦ୍ଧି ପାଇଛି ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଆର.ଅଶ୍ୱିନ, ଅର୍ଶଦୀପ ସିଂହ, ଦୀପକ ଚାହର, ହର୍ଷଲ ପଟେଲ।

ଦକ୍ଷିଣ ଆଫ୍ରିକା: ତେମ୍ବା ବାଭୁମା (ଅଧିନାୟକ), କ୍ବିଣ୍ଟନ୍‌ ଡି’ କକ୍, ଆର୍ ରୋଷୋ, ଏଡେନ୍‌ ମାର୍କରମ୍, ଡେଭିଡ୍‌ ମିଲର, ଟି ଷ୍ଟବସ୍, ଓ୍ବେନ୍‌ ପାର୍ନେଲ, କାଗିସୋ ରାବାଡା, କେଶବ ମହାରାଜ, ଏନରିଚ୍‌ ନୋର୍କିୟା ଏବଂ ତବରେଜ୍‌ ସାମସୀ

   Related Posts