ବର୍ଷାରେ ଧୋଇ ଯାଇପାରେ ୨ୟ ଟି-୨୦,  ଏମିତି ରହିଛି ପୋର୍ଟ ଏଲିଜାବେଥର ପାଣିପାଗ

Published By : Prameya-News7 Bureau | December 11, 2023 IST

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ପ୍ରଥମ ଟି-୨୦ରେ ଗୋଟିଏ ବଲ୍ ବି ପଡ଼ି ପାରି ନ ଥିଲା। ସିରିଜ୍‌ର ଦ୍ଵିତୀୟ ମୁକାବିଲା ଡିସେମ୍ବର ୧୨ ତାରିଖରେ ପୋର୍ଟ ଏଲିଜାବେଥର ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ। କଣ ଦ୍ଵିତୀୟ ମୁକାବିଲାରେ ବର୍ଷା ବାଧକ ସାଜିବ କି ? କଣ ବର୍ଷାରେ ପୁଣି ଥରେ ମ୍ୟାଚ୍ ଧୋଇ ହୋଇଯିବ ? ଏହି ପ୍ରଶ୍ନ କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି।

wp:heading {"level":4}

Also read- ‘ବୟସ ନୁହେଁ, ଖେଳାଳିଙ୍କ ଫର୍ମ ଦେଖିବା ଉଚିତ୍‌’; କୋହଲି-ରୋହିତଙ୍କ ଟି-୨୦ ଭବିଷ୍ୟତ ନେଇ ଏପରି କହିଲେ ଗମ୍ଭୀର

/wp:heading

ପାଣିପାଗ ବିଭାଗ ଅନୁଯାୟୀ, ପ୍ରଶଂସକଙ୍କ ପାଇଁ  ମଧ୍ୟ ଏଥର ନିରାଶଜନକ ଖବର ରହିଛି। ଡରବନ ପରି ପୋର୍ଟ ଏଲିଜାବେଥରେ ମଧ୍ୟ ବର୍ଷା  ଭିଲେନ ସାଜିପାରେ। ଏଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଟି-୨୦ ମଧ୍ୟ ବର୍ଷାରେ ଧୋଇ ହୋଇ ଯିବାର ଆଶଙ୍କା ରହିଛି। ମଙ୍ଗଳବାର ସନ୍ଧ୍ୟା ୫ଟାରେ ବର୍ଷାର ସମ୍ଭାବନା ୨୦ ପ୍ରତିଶତ ରହିଛି। ଆର୍ଦ୍ରତା ୭୩.୫ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି। ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରୁ ୧୭ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ଏହା ସହିତ ଆକାଶ ମେଘାଚ୍ଛନ୍ନ ରହିବ। ମୁକାବିଲା ସ୍ଥାନୀୟ ସମୟାନୁସାରେ ୫ଟାରେ ଆରମ୍ଭ ହେବ। ମାତ୍ର ଗୋଟିଏ ଆଶ୍ଵସ୍ତିକର ଖବର ମ୍ୟାଚ୍‌ ସମୟରେ କାକର ସମ୍ଭାବନା ଆଦୌ ନାହିଁ।

ଆକାଶ ମେଘାଚ୍ଛନ୍ନ ରହିବାରୁ ପିଚ୍‌ରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିପାରେ। ହେଲେ ସ୍ପିନରଙ୍କୁ କୌଣସି ପ୍ରକାରର ସହାୟତା ମିଳିବାର ସମ୍ଭାବନା କମ ରହିଛି। ଦ୍ଵିତୀୟ ଟି-୨୦ ଭାରତୀୟ ସମୟାନୁସାରେ ରାତି ୮ଟା ୩୦ରେ ଆରମ୍ଭ ହେବ। ଏହା ପରେ ସିରିଜ୍‌ର ତୃତୀୟ ମ୍ୟାଚ୍ ଡିସେମ୍ବର ୧୪ ତାରିଖରେ ଜୋହାନ୍ସବର୍ଗରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.