ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

IND vs SA: ଅଭ୍ୟାସ୍ ସମୟରେ ଚାର୍ଟବୋର୍ଡ ସହ ଖେଳାଳିଙ୍କ କ୍ଲାସ୍ ନେଲେ କୋଚ୍ ଦ୍ରାବିଡ

19/12/2021 at 4:49 PM

ସେଞ୍ଚୁରିୟାନ ୧୯।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଏବେ ଭାରତୀୟ ଦଳ। ସେଠାରେ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳିବ। ହେଲେ ଭାରତ ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତି ପାରିନାହିଁ। ଡିସେମ୍ବର ୨୬ରୁ ସେଞ୍ଚୁରିୟାନର ସୁପରସ୍ପୋର୍ଟ୍ସ ପାର୍କରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହାକୁ ନେଇ ଭାରତୀୟ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛି। ଖେଳାଳିମାନେ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଦ୍ଵିତୀୟ ଦିନରେ ମଧ୍ୟ ପଡିଆରେ ଝାଳବୁହା ଅଭ୍ୟାସ୍ କରିଛନ୍ତି। ବିସିସିଆଇ ଦ୍ଵିତୀୟ ଦିନର ଅଭ୍ୟାସ୍ ବେଳର ଦୃଶ୍ୟ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି।

ଟ୍ରେନିଂ ସମୟରେ କୋଚ୍ ଦ୍ରାବିଡ ସ୍କୁଲ ମାଷ୍ଟରଙ୍କ ପରି ଖେଳାଳିଙ୍କ କ୍ଲାସ୍ ନେଇଛନ୍ତି। ଅଭ୍ୟାସ୍ ସମୟରେ ଦ୍ରାବିଡ ଚାର୍ଟବୋର୍ଡ ସାମ୍ନାରେ ରଖି ଖେଳାଳିଙ୍କୁ ଦଳର ପ୍ଲାନ ବିଷୟରେ କହିଛନ୍ତି। ଖେଳାଳି ମଧ୍ୟ ଏହି ସମୟରେ ସାର ଦ୍ରାବିଡଙ୍କ କଥାକୁ ଧ୍ୟାନର ସହ ଶୁଣୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଧିନାୟକ ବିରାଟ କୋହଲି, ଇଶାନ୍ତ ଶର୍ମା, ଆଜିଙ୍କ୍ୟ ରାହାଣେ,  ଚେତେଶ୍ଵର ପୂଜାରା, ରବିଚନ୍ଦ୍ରନ ଅଶ୍ଵିନଙ୍କ ପରି ବରିଷ୍ଠ ଖେଳାଳି ମଧ୍ୟ ଉପସ୍ଥିତ ଥିଲେ। ଦ୍ରାବିଡ ଗ୍ରୁପରେ ଖେଳାଳିଙ୍କ ସହ ଆଲୋଚନା କରିବା ବ୍ୟତୀତ ଅଶ୍ଵିନ ଓ କୋହଲିଙ୍କ ସହିତ ସ୍ଵତନ୍ତ୍ର ଆଲୋଚନା କରିଛନ୍ତି।

ବିସିସିଆଇ ଏହା ପୂର୍ବରୁ ମଧ୍ୟ ଅଭ୍ୟାସ୍ ସେସନର ଭିଡିଓ ପୋଷ୍ଟ କରିଥିଲା। ଏଥିରେ କୋହଲି ଓ ଦ୍ରାବିଡଙ୍କ ମଧ୍ୟରେ ଗମ୍ଭୀର ଆଲୋଚନା ହୋଇଥିଲା। ଏହି ସମୟରେ ଦ୍ରାବିଡ ଅଧିନାୟକ କୋହଲିଙ୍କୁ ବ୍ୟାଟିଂ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଏ ପର୍ଯ୍ୟନ୍ତ ଥରୁଟିଏ ବି ଟେଷ୍ଟ ସିରିଜ୍ ଜିତି ପାରି ନାହିଁ। ମୁଖ୍ୟ କୋଚ୍ ଦ୍ରାବିଡଙ୍କ ପାଇଁ ଏହି ଗସ୍ତ ବହୁତ ଆହ୍ଵାନପୂର୍ଣ୍ଣ ରହିଛି। କୋଚ୍ ହେବା ପରେ ଦ୍ରାବିଡଙ୍କ ଏହା ପ୍ରଥମ ବିଦେଶୀ ଗସ୍ତ। ଅନ୍ୟପଟେ ରୋହିତ ଶର୍ମା ଆହତ କାରଣରୁ ଟେଷ୍ଟ ସିରିଜ୍‌ରୁ ଓହରି ସାରିଥିବା ବେଳେ କେଏଲ ରାହୁଲଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଛି।

   Related Posts