ଟି-୨୦ ୱାର୍ଲ୍ଡ କପ୍: ଟିମ୍‌ ଇଣ୍ଡିଆର ଦୀପାବଳି ଗିଫ୍ଟ; ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ୪ ୱିକେଟ୍‌ରେ ହରାଇଲା ଭାରତ

Published By : Prameya-News7 Bureau | October 23, 2022 IST

ମେଲବର୍ଣ୍ଣ: ମେଲବର୍ଣ୍ଣ: ଟିମ୍‌ ଇଣ୍ଡିଆର ଦୀପାବଳି ଗିଫ୍ଟ। ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ। ଖେଳାଳି ଖୁସ୍‌, ଫ୍ୟାନ୍ ଖୁସ୍‌। ପ୍ୟାଭିଲିୟନରେ ଉତ୍ସବ। ଆଜିର ମ୍ୟାଚ୍‌ରେ ପାକିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା। ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୬୦ ରନ୍ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୮୨ ରନ୍ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ।

ଆଜି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଯେଉଁଭଳି ଭାବେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଲାଗୁଥିଲା ଭାରତ ସହଜରେ ମ୍ୟାଚ୍ ଜିତି ନେବ। ହେଲେ ୧୬୦ ରନ୍‌ ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ଅବସ୍ଥା ବି ସୋଚନୀୟ ହୋଇପଡ଼ିଲା। ପାକିସ୍ତାନର ବୋଲିଂ ଆଗରେ ଭାରତ ବ୍ୟାଟିଂ ଲାଇନ୍‌ ପୂରା ଭାଙ୍ଗିଯାଇଥିଲା। ୭ ଓଭର ମ୍ୟାଚ୍ ଚାଲିଥିବା ମାତ୍ର ୩୪ ରନ୍‌ରେ ୪ ୱିକେଟ୍- ରାହୁଲ, ରୋହିତ, ସୂର୍ଯ୍ୟ କୁମାର ଯାଦବ, ଅକ୍ଷର ପଟେଲଙ୍କ ୱିକେଟ୍ ଯାଇସାରିଥିଲା।

ତେବେ ପଞ୍ଚମ ୱିକେଟ୍ ପାଇଁ ବିରାଟଙ୍କୁ ସହୋଯଗ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହି ଦୁଇ ବ୍ୟାଟ୍ସମ୍ୟାନ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରି ମ୍ୟାଚକୁ ଧୀରେ ଧୀରେ ପାକିସ୍ତାନ କବଳରୁ ବାହାର କରୁଥିଲେ। ଦୁହେଁ ମିଶି ଦଳର ସ୍କୋର ୧୪୪ରେ ପହଞ୍ଚାଇଥିବା ବେଳେ ଶେଷ ଓଭରର ପ୍ରଥମ ବଲ୍‌ରେ ପାଣ୍ଡ୍ୟାଙ୍କ ଓିକେଟ୍ ଯାଇଥିଲା।

ପାଣ୍ଡ୍ୟାଙ୍କ ୱିକେଟ୍ ପଡ଼ିବା ପରେ ଜିତିବା ପାଇଁ ୫ଟି ବଲ୍‌ରେ ୧୬ ରନ୍‌ର ଆବଶ୍ୟକ ଥିଲା। ପରେ ବ୍ୟାଟିଂ ପାଇଁ ଆସିଥିଲେ ଫିନିସର ଦିନେଶ କାର୍ତ୍ତିକ। ଏହାପରେ ନୋ-ବଲ୍‌ ଓ ବିରାଟଙ୍କ ବାଉଣ୍ଡ୍ରୀ ରନ୍ ଚାପ କମାଇଥିଲା। ଶେଷ ଦୁଇ ବଲ୍‌ରେ ଜିତିବାକୁ ୨ ରନ୍ ବାକିଥିବା ବେଳେ ପୁଣି ଦିନେଶ କାର୍ତ୍ତିକ ଆଉଟ ହୋଇଗଲେ।
ଶେଷ ବଲ୍‌ରେ ଅଶ୍ୱନ ସିଙ୍ଗଲ ଭାରତକୁ ମ୍ୟାଚ୍ ଜିତାଇଥିଲେ। ପୂରା ମ୍ୟାଚ୍‌ରେ ବିରାଟଙ୍କ ହିରୋ ଭଳି ବ୍ୟାଟିଂ ଓ ପାଣ୍ଡ୍ୟାଙ୍କ ସଂକଟମୋଚନ ଭୂମିକା ମ୍ୟାଚ୍‌କୁ ଜିତାଇଛି।। ପାକିସ୍ତାନ ପକ୍ଷରୁ ହରିଶ ରୌଫ୍‌ ଓ ମହମ୍ମହଦ ରିୟାଜ ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ ନୟୀମ ଶାହ ଗୋଟିଏ ୱିକେଟ୍ ନେଇଥିଲେ।

   

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.