Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଉ କିଛି ଘଣ୍ଟାର ଅପେକ୍ଷା : ୨୦ ବର୍ଷ ପରେ ଓଲଡ୍ ଟ୍ରାଫୋର୍ଡ଼ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ

16/06/2019 at 7:53 AM

ଓଲଡ୍ ଟ୍ରାଫୋର୍ଡ଼ ୧୬/୬ : ଓଲଡ ଟ୍ରାଫଡରେ ଖେଳାଯିବ ବିଶ୍ବକପ କ୍ରିକେଟର ସର୍ବାଧିକ ପ୍ରତିକ୍ଷିତ ମ୍ୟାଚ୍ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ୨୦ ବର୍ଷ ପରେ ପୁଣି ଥରେ ଓଲଡ ଟ୍ରାଫଡରେ ଭିଡ଼ାଭିଡ଼ି ହେଉଛନ୍ତି ଉଭୟ ଟିମ୍ । ବିଶ୍ବକପରେ ୬ଟି ଯାକ ମ୍ୟାଚ୍ ପାକିସ୍ତାନ ଭାରତ ଠାରୁ ପରାସ୍ତ ହୋଇଥିବାରୁ ଏଥର ମଧ୍ୟ ରେଜଲ୍ଟ ରିପିଟ୍ ହେବ ବୋଲି ଆଶା କରାଯାଉଛି।

ବାଜି ସାରିଛି ବିଗୁଲ । ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ଓଲଡ ଟ୍ରାଫଡ୍ ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ଟ୍ରାଡସିନାଲ କମ୍ପିଟିଟର ଭାରତ ଓ ପାକିସ୍ତାନ । ତେବେ ମ୍ୟାଚ୍ ପୂର୍ବରୁ ତେଜ୍ ହେଲାଣି ଧଡକନ । ଖେଳାଳିଙ୍କ ଠାରୁ ଫ୍ୟାନ୍ । ସମସ୍ତେ ଏକ୍ସାଇଟେଡ୍ ତା ସହ ନର୍ଭସ୍ । ତେବେ ବିଶ୍ବକପ୍ ରେ ଚମତ୍କାର ପ୍ରଦର୍ଶନ ଭାରତକୁ କିଛି ମାତ୍ରାରେ ଆଗରେ ରଖିଛି । ଭାରତ ପାଇଁ ଶିଖର ଧାୱନ ଖେଳୁ ନଥିବା ବେଳେ ତାଙ୍କ ସ୍ଥାନରେ କେ.ଏଲ. ରାହୁଲ ଓପନିଂ କରିବେ । ସବୁ ଥର ପରି ଏଥର ବି ଟପ୍ ଥ୍ରୀ ଭାରତ ପାଇଁ ସବୁଠୁ ବଡ଼ ପ୍ଲସ୍ । ରାହୁଲ ପାକିସ୍ତାନ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଖେଳି ନଥିଲେ ମଧ୍ୟ ଅନ୍ୟଟିମ୍ ବିପକ୍ଷରେ ତାଙ୍କର ପ୍ରଦର୍ଶନ ବେଶ ଚମତ୍କାର । ତେବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରୁ କାହାର ବ୍ୟାଟ ଚାଲିଲେ ପାକିସ୍ତାନ ଟିମ୍ ଚିତ୍ ହେବା ଥୟ  ।  ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ୧୫ଟି ମ୍ୟାଚ୍ ଖେଳିଥିବା ବେଳେ ୫୮୦ ରନ୍ କରିଛନ୍ତି । ଯେଉଁଥିରେ ରୋହିତଙ୍କ ଆଭରେଜ୍ ୪୪.୬୧ ରହିଥିବା ବେଳେ ଗୋଟିଏ ସେଞ୍ଚୁରୀ ଓ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ହିଟ୍ ମ୍ୟାନ୍ । ସେହିପରି ବିରାଟ କୋହଲି ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ୪୫୯ ରନ୍ କରିଛନ୍ତି ଯେଉଁଥିରେ ତାଙ୍କର ଆଭରେଜ୍ ରହିଛି ୪୫.୯୦ ।  ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ । ୨୦୧୫ ବିଶ୍ବକପରେ କୋହଲିଙ୍କ   ୧୦୭ ରନ୍ ଯୋଗୁଁ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ ।

ସେହିପରି ବୋଲିଂରେ ବୁମରାହ, ଭୁବନେଶ୍ବର, ସାମି ଓ ଦୁଇ ସ୍ପିନ୍ ଟ୍ବିନସ୍ କୁଲଦୀପ  ଯାଦବ ଓ ୟଜୁବେନ୍ଦ୍ର ଚହଲ ମଧ୍ୟ କୌଣସି ବି ପ୍ରତିପକ୍ଷ ଟିମକୁ ପାଣି ପିଆଇବାକୁ ସମର୍ଥ । ଅତୀତ କଥା ବିଚାର କଲେ ଆଜି ପର୍ଯ୍ୟନ୍ତ ବିଶ୍ବକପରେ ୬ ଥର ଭିଡ଼ାଭିଡ଼ି ହୋଇଛନ୍ତି ଇଣ୍ଡିଆ ଓ ପାକିସ୍ତାନ । ୧୯୯୨, ୯୬, ୯୯,୨୦୦୩, ୧୧ ଓ ୧୫ ବିଶ୍ବକପରେ ଭାରତ ଠାରୁ ପରାସ୍ତ ହୋଇଛି । ଏପରିକି ୨୦ ବର୍ଷ ତଳେ ଉଭୟ ଟିମ୍ ଓଲଡ ଟ୍ରାଫଡରେ ମୁହାଁମୁହିଁ ହୋଇଥିବା ବେଳେ, ସେହି ମ୍ୟାଚରେ ବି ଭାରତ ୪୭ ରନରେ ବାଜି ମାରି ନେଇଥିଲା ।

ସେପଟେ ମାଞ୍ଚେଷ୍ଟରରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଟିକେଟ ଦର ପୂର୍ବର ସବୁ ଆକଳନକୁ ଟପିଯାଇଛି। ଏହି ପ୍ରତୀକ୍ଷିତ ଲଢ଼େଇର କିଛି ଟିକେଟ୍ ପୁନଃ ବିକ୍ରି ପାଇଁ ବଜାରକୁ ଆସିବା ପରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ଜଣାପଡ଼ିଛି। ପାଖା ପାଖି ୨୨ ହଜାର ଦର୍ଶକଙ୍କ ବସିବା ପାଇଁ କ୍ଷମତା ରଖିଥିବା ଓଲଡ୍ ଟ୍ରାଫୋର୍ଡ ଷ୍ଟାଡିୟମ୍ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଦର୍ଶକ ବହୁ ଉତ୍ସାହିତ। ତେବେ ଚାମ୍ପୟନସ୍ ଟ୍ରଫି ଫାନଲରେ ସବୁ ଓଲଟାପାଲଟ ହେଲା ପରି ପାକିସ୍ତାନ ଟିମ୍ ବି ବଡ଼ ବିପର୍ଯ୍ୟୟର କ୍ଷମତା ରଖୁଛି । ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ସେଭେନ୍ ।

   Related Posts