IND Vs PAK Asia Cup: ୪ଟା ୪୦ରୁ ମ୍ୟାଚ୍ ଆରମ୍ଭ , ଖେଳାଯିବ ଏତିକି ଓଭର
11/09/2023 at 4:35 PM

କଲୋମ୍ବୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଶ୍ଵସ୍ତିକର ବିଷୟ। କଲୋମ୍ବୋରେ ବର୍ତ୍ତମାନ ବର୍ଷା ଛାଡ଼ି ଯାଇଛି। ପଡ଼ିଆରୁ ସବୁ କଭର୍ସ ହଟା ସରିଛି। ସଦ୍ୟତମ ସୂଚନା ଅନୁଯାୟୀ ମ୍ୟାଚ୍ ୪ଟା ୪୦ରୁ ଆରମ୍ଭ ହେବ। ଆଉ ବଡ଼ କଥା ପୂରା ୫୦ ଓଭରର ଖେଳ ହେବ। କୌଣସି ଓଭର କଟାଯିବ ନାହିଁ। ପଡ଼ିଆ ଅମ୍ପାୟର ପଡ଼ିଆ ନିରୀକ୍ଷଣ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଗତକାଲି ଭାରତର ସ୍କୋର ୨୪.୧ ଓଭର ୧୪୭/୨ରୁ ମ୍ୟାଚ୍ ଆରମ୍ଭ ହେବ।
ଆଜି ରିଜର୍ଭ ଡେରେ ନିର୍ଦ୍ଧାରିତ ସମୟ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ମ୍ୟାଚ୍ ଆରମ୍ଭ ହେବାର ଥିଲା। ହେଲେ ମ୍ୟାଚ୍ ଆରମ୍ଭ ହେବାର ୯୦ ମିନିଟ୍ ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ପୂରା ପଡ଼ିଆକୁ ଢକା ଯାଇଥିଲା। ବର୍ଷା ଛାଡ଼ିବା ପରେ ଧିରେ ଧିରେ କଭର୍ସ ହଟିବାରେ ଲାଗିଥିଲା। ଆଉ ଅମ୍ପାୟର୍ସ ପଡ଼ିଆ ନିରୀକ୍ଷଣ କରିବା ପରେ ପୂରା ଓଭର ଖେଳ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି।
ଆସନ୍ତାକାଲି ବର୍ଷା ଯୋଗୁଁ ପୂରା ମ୍ୟାଚ୍ ଖେଳା ଯାଇ ପାରି ନ ଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪.୧ ଓଭରରେ ୨ ଓ୍ଵିକେଟ୍ ହରାଇ ୧୪୭ ରନ କରିଥିବା ବେଳେ ପ୍ରବଳ ବ ର୍ଷା ଆରମ୍ଭ ହୋଇଥିଲା। ପଡ଼ିଆ କର୍ମୀଙ୍କ ଯଥା ସମ୍ଭବ ପ୍ରୟାସ ସତ୍ତ୍ଵେ ଗତକାଲି ପୂରା ମ୍ୟାଚ୍ ଖେଳା ଯାଇ ପାରି ନ ଥିଲା। ବିରାଟ କୋହଲି ୮ ରନ ଓ କେଏଲ ରାହୁଲ ୧୭ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ୫୬ ଓ ଶୁଭମନ ଗିଲ୍ ୫୮ ରନ କରିଥିଲେ। ଦୁଇ ବ୍ୟାଟର ଓପ ନିଂ ଯୋଡ଼ିରେ ୧୨୧ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଛନ୍ତି।