Ind VS Pak Asia Cup: ଆଇସିସିର ବଡ ଆକ୍ସନ, ଭାରତ ଏବଂ ପାକିସ୍ତାନ ଉପରେ ଲଗାଇଲା ଜରିମାନା

Published By : Prameya-News7 Bureau | August 31, 2022 IST

ନୂଆଦିଲ୍ଲୀ: ଗତ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳା ଯାଇଥିଲା।  ମ୍ୟାଚ୍ ବହୁତ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଥିଲା। ଦର୍ଶକ ମୁକାବିଲାରେ ଖୁବ୍ ମଜା ଉଠାଇଥିଲେ। ଶେଷ ଓଭରରେ ଯାଇ ମ୍ୟାଚ୍‌ର ପରିଣାମ ବାହାରିଥିଲା। ହେଲେ ହୃଦସ୍ପନ୍ଦନ ବଢାଇ ଦେଇଥିବା ଏହି ମୁକାବିଲାରେ ଏବେ ଦୁଇ ଦଳ ଉପରେ ଆଇସିସି ଜରିମାନା ଲଗାଇଛି।

ମନ୍ଥର ଗତିରେ ବୋଲିଂ କାରଣରୁ ଆଇସିସି ଦ୍ଵାରା ଭାରତ ଏବଂ ପାକିସ୍ତାନ ଦଳ ଉପରେ ୪୦ ପ୍ରତିଶତ ଜରିମାନା ଲଗାଯାଇଛି। ଦୁଇ ଦଳ ହିଁ ନିଜ ଫିଲ୍ଡିଂ ସମୟରେ ଓଭର ପୂରା କରିବାରେ ନିର୍ଦ୍ଧାରିତ ସମୟଠୁ ଅଧିକ ସମୟ ନେଇଥିଲେ। ଏହି ଜରିମାନା ଖେଳାଳିଙ୍କ ମ୍ୟାଚ୍ ଫି ହିସାବରେ ଲାଗିଥାଏ। ଅର୍ଥାତ ଭାରତୀୟ ଖେଳାଳିଙ୍କୁ ଏଥିରେ ଅଧିକ ଘାଟା ହୋଇଛି। କାରଣ ପାକିସ୍ତାନୀ ଖେଳାଳିଙ୍କ ତୂଳନାରେ ଭାରତୀୟ ଖେଳାଳିଙ୍କ ମ୍ୟାଚ୍ ଫି ବହୁତ ଅଧିକ ରହିଛି।

ମ୍ୟାଚ୍ ରେଫରୀ ଜେଫ କ୍ରୋଏଙ୍କ ଅନୁଯାୟୀ,  ରୋହିତ ଶର୍ମା ଏବଂ ବାବର ଆଜମ ଦୁଇ ଅଧିନାୟକ ନିର୍ଦ୍ଧାରିତ ସମୟଠୁ ଦୁଇ ଓଭର ପଛରେ ଚାଲିଥିଲେ। ଦୁଇ ଅଧିନାୟକ ନିଜର ଭୁଲ୍ ସ୍ଵୀକାର କରିଛନ୍ତି ଏବଂ ଜରିମାନା ଦେବାକୁ ରାଜି ଅଛନ୍ତି। ତେଣୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡିନାହିଁ। ପଡିଆ ଅମ୍ପାୟର ମସୁଦୂର ରେହମାନ ଏବଂ ରୁଚିରା ପିଲ୍ଲିୟାଗୁରୁଗେ, ତୃତୀୟ ଅମ୍ପାୟର ରବୀନ୍ଦ୍ର ବିମଲାସିରି ଏବଂ ଚତୁର୍ଥ ଅମ୍ପାୟର ଗାଜି ସୋହେଲ ଦୁଇ ଦଳ ଉପରେ ଏହି ଅଭିଯୋଗ ଲଗାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.