ମୁମ୍ବାଇରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମି; ମ୍ୟାଚରେ ‘କାକର’ ସମସ୍ୟା ସୃଷ୍ଟି କରିପାରେ

Published By : Prameya-News7 Bureau | November 15, 2023 IST

ମୁମ୍ବାଇ: ବିଶ୍ବକପରେ ବୁଧବାର ଖେଳାଯିବ ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ । ଓ୍ବାଙ୍ଖଡେ ଷ୍ଟାଡିୟମ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ବିଶ୍ବକପ ଇତିହାସରେ ଦ୍ବିତୀୟ ଥର ପାଇଁ ଉଭୟ ଟିମ୍ ସେମି ଫାଇନାଲ ଖେଳିବାକୁ ଯାଉଛି । ଏହା ପୂର୍ବରୁ ୨୦୧୯ ବିଶ୍ବକପ ସେମି ଫାଇନାଲରେ କ୍ବିଓ୍ବି ଦଳ ଓ ଟିମ୍ ଇଣ୍ଡିଆ ମୁହାଁମୁହିଁ ହୋଇଥିଲେ । ଉକ୍ତ ମ୍ୟାଚରେ ଭାରତୀୟ ଦଳ ୧୮ ରନ୍‌ରେ ପରାସ୍ତ ହୋଇଥିଲା । ତେବେ ଚଳିତ ବିଶ୍ବକପରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଲିଗ୍ ମ୍ୟାଚରେ ୪ ଓ୍ବିକେଟରେ ପରାସ୍ତ କରିଛି ।

ଆଜି ମୁମ୍ବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ୍ ମ୍ୟାଚ ଖେଳାଯିବ । ଭାରତୀୟ ସମୟ ଦିନ ୨ଟାରେ ବଲ୍ ପଡ଼ିବ । ତେବେ ଅଜିର ମ୍ୟାଚ ଉଭୟ ଟିମ୍ ବେଶ୍ ଗୁରୁତ୍ବପୂର୍ଣ୍ଣ । ନକଆଉଟ୍ ଷ୍ଟେଜ୍ ମ୍ୟାଚରେ ରୋହିତ୍ ବାହିନୀ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଫାଇନାଲକୁ ଏଣ୍ଟ୍ରି ମାରିବାକୁ ଚେଷ୍ଟା କରିବ । ଏଥିପାଇଁ ଦଳ ସ୍ବତନ୍ତ୍ର ପ୍ରସ୍ତୁତି ମଧ୍ୟ କରି ସାରିଛି ।

wp:embed {"url":"https://www.prameyanews7.com/cricket-odi-world-cup-2023-indian-origin-cricketers-playing-for-other-teams-rachin-ravindra-ish-sodhi-list-here/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cricket-odi-world-cup-2023-indian-origin-cricketers-playing-for-other-teams-rachin-ravindra-ish-sodhi-list-here/
/wp:embed

ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ ବଡ଼ ସ୍କୋର ମ୍ୟାଚ୍ ପାଇଁ ଜଣାଶୁଣା । ପିଚ୍‌ର ଛୋଟ ସୀମାରେଖା ହୋଇଥିବାରୁ ବ୍ୟାଟରଙ୍କ ପାଇଁ ଉପଯୁକ୍ତ ଷ୍ଟାଡିୟମ । ଫଳରେ ଏଠାରେ ସହଜରେ ଛକ୍କା ଓ ଚୌକା ମାରି ହୋଇଥାଏ । ବୋଲରଙ୍କ ଦୃଷ୍ଟିରେ ଦେଖିଲେ ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଇଛି । ଦ୍ବିତୀୟ ଇଂନିସରେ ନୂଆ ବଲ୍‌ରେ ପେସ୍ ବୋଲରଙ୍କୁ ମଧ୍ୟ ସୁହାଇବ ପଡ଼ିଆ । ଯାହାଫଳରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାଙ୍କୁ ମାତ୍ର ୫୫ ରନରେ ଅଲଆଉଟ୍ କରିଦେଇଥିଲା ।

wp:embed {"url":"https://www.prameyanews7.com/many-celebrate-likely-to-attend-the-semi-final-at-wankhede/","type":"wp-embed","providerNameSlug":"prameya-news-7"}
https://www.prameyanews7.com/many-celebrate-likely-to-attend-the-semi-final-at-wankhede/
/wp:embed

ଓ୍ବାଙ୍ଖଡେରେ ପ୍ରଥମେ ଇନିଂସରେ ଆଭରେଜ୍ ସ୍କୋର ୨୬୧ ରନ୍ । ଏହି ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୪ଟି ମ୍ୟାଚରେ ବିଜୟ ମିଳିଛି । ସେହିପରି ଟାର୍ଗେଟକୁ ପିଛା କରି ୧୩ଟି ମ୍ୟାଚରେ ବିଜୟ ମିଳିଛି । ଓ୍ବାଙ୍ଖଡେ ଷ୍ଟାଡିୟମରେ  ସର୍ବାଧିକ ସ୍କୋର ୪୩୮/୪ । ଯାହା ଦକ୍ଷିଣ ଆଫ୍ରିକା ୨୦୧୫ରେ ଭାରତ ବିରୋଧରେ ଖେଳିଥିଲା ।

ଆଜିର ମ୍ୟାଚରେ ପାଣିପାଗକୁ ନଜର ପକାଇଲେ, ଏକ୍ସ-ଓ୍ବେଦର ଓ୍ବେବସାଇଟ୍ ଅନୁଯାୟୀ, ମୁମ୍ବାଇରେ ପାଗ ଶୁଷ୍କ ରହିବ । ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ସେଲସିଏଲ୍ ଓ ସର୍ବୋତ୍ତମ ତାପମାତ୍ରା ୩୪ ଡିଗ୍ରୀ ରହିବ । ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ପବନ ବହିବ ଏବଂ ଆଦ୍ରତା ୪୪ ପ୍ରତିଶତ ରହିବ । ଏଭଳି ପାଗରେ ଅନ୍ତିମ ୧୦-୧୫ ଓଭର ବୋଲିଂ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ସେହିଭଳି ମ୍ୟାଚରେ କାକର ମଧ୍ୟ ଦ୍ବିତୀୟ ଇନିଂସ ବୋଲିଂ ବେଳେ ସମସ୍ୟା ସୃଷ୍ଟି କରିବାପାରେ । ଡିୟୁ ଫ୍ୟାକ୍ଟର ପାଇଁ ବଲ୍ ଧିମା ରହିବ। ଅନ୍ୟପଟେ ସେମି ଫାଇନାଲ୍ ମ୍ୟାଚରେ ବର୍ଷା ପାଇଁ ରିଜର୍ଭ ଡେ’ ମଧ୍ୟ ରହିଛି । ପ୍ରଥମ ଦିନକୁ ବର୍ଷା ଧୋଇ ନେଲେ ଆସନ୍ତାକାଲି ମ୍ୟାଚ୍ ଖେଳାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.