oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

IND vs NZ: ପଦାର୍ପଣ କରି ପାରନ୍ତି ଭେଙ୍କଟେଶ ଆୟର, ଏମିତି ହୋଇପାରେ ଦୁଇ ଦଳର ପ୍ଲେଇଙ୍ଗ ଇଲେଭେନ

17/11/2021 at 4:21 PM

ଜୟପୁର ୧୭।୧୧: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୧ର ବିଫଳତାକୁ ଭୁଲି ଭାରତୀୟ ଦଳ ନ୍ୟୁଜିଲାଣ୍ଡ  ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବା ପାଇଁ ବୁଧବାର ମଇଦାନକୁ ଓହ୍ଲାଇବ। ଟି-୨୦ ଅନ୍ତର୍ଜାତୀୟ ଦଳର ନିୟମିତ ଅଧିନାୟକ ଦାୟିତ୍ଵ ଗ୍ରହଣ କରିଥିବା ରୋହିତ ଶର୍ମାଙ୍କ ଏହା ପ୍ରଥମ ସିରିଜ୍। ଅନ୍ୟପଟେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମଧ୍ୟ ଏହା ପ୍ରଥମ ସିରିଜ୍। ଆଜିର ମ୍ୟାଚ୍‌ରେ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ କରି ପାରନ୍ତି ଭେଙ୍କଟେଶ ଆୟର। ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ଚହଲ ଏବଂ ଶ୍ରେୟସ ଆୟର ଟି-୨୦ ବିଶ୍ଵ କପ୍ ଭାରତୀୟ ଦଳ ଦଳରେ ନଥିଲେ। ଅନ୍ୟପଟେ ନ୍ୟୁଜିଲାଣ୍ଡର ନିୟମିତ ଅଧିନାୟକ କେନ ଓ୍ଵିଲିୟମସନ ଟି-୨୦ ସିରିଜ୍ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଟିମ୍ ସାଉଦି ଦଳର ଦାୟିତ୍ଵ ସମ୍ଭାଳିବେ।

ଟି-୨୦ ବିଶ୍ଵ କପରେ ଭାରତ ନ୍ୟୁଜିଲାଣ୍ଡଠୁ ପରାଜିତ ହେବା ପରେ ସେମି ଫାଇନାଲ୍ ରାସ୍ତା ମୁସ୍କିଲ ହୋଇ ପଡିଥିଲା। ଏହା ପୂର୍ବରୁ ଦଳ ପାକିସ୍ତାନ ହାତରୁ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ଦଳ ଦମଦାର ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଲ ହୋଇଥିଲା। ହେଲେ ଦଳ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ମାତ୍ ଖାଇଥିଲା। ଓ୍ଵିଲିୟମସନ ଟେଷ୍ଟ ସିରିଜ୍ ଉପରେ ଅଧିକ ଫୋକସ୍ କରିବା ପାଇଁ ଟି-୨୦ ସିରିଜ୍ ଖେଳିବେ ନାହିଁ।

ଟି-୨୦ ବିଶ୍ଵ କପର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂର ଟପ୍ ଅର୍ଡର ବିଫଳ ହୋଇଥିଲା। ଏହା ପରେ ବାକି ତିନୋଟି ମ୍ୟାଚ୍‌ରେ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥିଲା। ତେଣୁ ଉଭୟ  ବ୍ୟାଟସମ୍ୟାନଙ୍କ ଉପରେ ସଭିଙ୍କ ନଜର ରହିବ। ହେଲେ ଆଜିର ମ୍ୟାଚ୍‌ରେ ରୋହିତ ଶର୍ମା ଏବଂ ଇଶାନ କିଶନ ଇନିଂସ ଓପନ କରି ପାରନ୍ତି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହୁଲ ନମ୍ବର-୩ରେ ବ୍ୟାଟିଂ କରି ପାରନ୍ତି। ବୋଲିଂରେ ଭୁବନେଶ୍ଵର କୁମାର ଟି-୨୦  ବିଶ୍ଵ କପରେ ଲୟରେ ନଥିଲେ। ଏମିତିରେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଭେଙ୍କଟେଶ ଆୟରଙ୍କୁ ଦଳରେ ସାମିଲ୍ କରାଯାଇପାରେ।

ସମ୍ଭାବିତ ଦୁଇ ଦଳ

ଭାରତ– ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ, ଆର ଅଶ୍ଵିନ, ମହମ୍ମଦ ସିରାଜ, ଦୀପକ ଚହର, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ– ଡେରେଲ ମିଚେଲ୍, ମାର୍ଟିନ ଗୁପଟିଲ୍, ମାର୍କ ଚେପମ୍ୟାନ, ଗ୍ଲେନ ମ୍ୟାକ୍ସଓ୍ଵେଲ, ଟିମ୍ ସେଇଫର୍ଟ, ଜିମି ନିଶାନ, ମିଚେଲ୍ ସାଣ୍ଟନର, କାଇଲ୍ ଜେମିସନ, ଟିମ୍ ସାଉଦି(ଅଧିନାୟକ), ଇସ ସୋଢି, ଟ୍ରେଣ୍ଟ ବୋଲ୍ଟ।

   Related Posts