IND Vs NZ SemiFinal: ବିରାଟ କୋହଲିଙ୍କ ନକଆଉଟ୍‌ ପ୍ରଦର୍ଶନ ଚିନ୍ତାଜନକ, କ'ଣ ଧୋଇ ପାରିବେ ଏହି କଳଙ୍କ  ?

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ଆଇସିସି ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି  ଫାଇନାଲ୍ ପାଇଁ ମଞ୍ଚ ପ୍ରସ୍ତୁତ। ନଭେମ୍ବର ୧୫ରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଏହି ବିଶ୍ଵକପ୍ ବିରାଟ କୋହଲିଙ୍କ ଚତୁର୍ଥ ବିଶ୍ଵକପ୍। ୨୦୧୧ରେ ବିରାଟ ନିଜର ପ୍ରଥମ ବିଶ୍ଵକପ୍ ଖେଳିଥିଲେ। ଆଉ ୨୦୨୩ ହେଉଛି ତାଙ୍କର ଚତୁର୍ଥ ବିଶ୍ଵକପ୍। ଚଳିତ ସଂସ୍କରଣରେ ସେ ସର୍ବାଧିକ ରନହାସଲାରୀ ବ୍ୟାଟର। ୯ଟି ମ୍ୟାଚ୍‌ରୁ ୯୯ ହାରରେ କରିଛନ୍ତି ୫୯୪ ରନ। ଏଥିରେ ସାମିଲ୍ ଅଛି ୨ଟି ଶତକ ଓ ୫ଟି ଅର୍ଦ୍ଧଶତ। ତେବେ ତାଙ୍କର  ଅସଲ ପରୀକ୍ଷା ଏବେ ବି ବାକି ରହିଛି।

wp:heading {"level":4}

Also read- ବିଶ୍ୱକପ୍ ୨୦୨୩ରେ ଲାଗିବ ଗ୍ଲାମ୍‌ର ତଡ୍‌କା, ଦେଖିବାକୁ ମିଳିବ ହଲିଉଡ୍‌ ଷ୍ଟାରଙ୍କ ଜଲଓ୍ୱା

/wp:heading

ବିରାଟ କୋହଲିଙ୍କ ନକଆଉଟ୍‌ର ପ୍ରଦର୍ଶନ ଚିନ୍ତାଜନକ ରହିଛି। ଦେଖିବାକୁ ବାକି ରହିଲା ସେ ଏଥର ଏହି ପରମ୍ପରାକୁ ଭାଙ୍ଗିବାରେ ସଫଳ ହେବେ କି ନାହିଁ। ଦିନିକିଆ ଓ ଟି-୨୦ ମିଶାଇ ବିରାଟ କୋହଲି ମୋଟ୍ ୬ ବିଶ୍ଵକପର ନକଆଉଟ୍ ମ୍ୟାଚ୍ ଖେଳିଛନ୍ତି।ଏହି ସମୟରେ ସେ ଥରୁଟିଏ ବି ଅର୍ଦ୍ଧଶତକ ବି ହାସଲ କରି ପାରି ନାହାନ୍ତି।

Virat Kohli Shatters Sachin Tendulkar's Record, Achieves Massive Feat With  Cricket World Cup 2023 Century | Cricket News
NDTV Sports

ବିଶ୍ଵକପ୍ ନକଆଉଟ୍‌ରେ ବିରାଟଙ୍କ ଶ୍ରେଷ୍ଠ ସ୍କୋର ୩୫  ରନ ରହିଛି। ଏହା ସେ ୨୦୧୧ ବିଶ୍ଵକପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ। ଏହା ପରେ ସେ ୨୪, ୬, ୩୫, ୩, ୧, ୧ ରନ କରିଛନ୍ତି। ୨୪ ରନ ସେ ୨୦୧୧ ବିଶ୍ଵକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ କ୍ଵାର୍ଟର ଫାଇନାଲରେ ମ୍ୟାଚ୍‌ରେ କରିଥିଲେ। ଏହା ପରେ ସେ ଉକ୍ତ ବିଶ୍ଵକପର ପାକିସ୍ତାନ ବିପକ୍ଷ ସେମି ଫାଇନାଲରେ ୯ ରନ କରିଥିଲେ।

ଏହା ପରେ ୨୦୧୫ ବିଶ୍ଵକପର କ୍ଵାର୍ଟର ଫାଇନାଲ୍‌ରେ ବାଂଲାଦେଶ ବିପକ୍ଷରେ ୩ ରନ କରି ଆଉଟ୍ ହୋଇଥିଲେ। ୨୦୧୫ ବିଶ୍ଵକପ୍‌ ସେମିରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ଏକ ରନ କରି ପାଭିଲିୟନ ଫେରିଥିଲେ। ଏହିପରି ୨୦୧୯ ବିଶ୍ଵକପ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ରନ କରି ଆଉଟ୍ ହୋଇଥିଲେ। ଏବେ ଦେଖିବା ବାକି ରହିଲା ଆସନ୍ତାକାଲି ସେମି ଫାଇନାଲ୍‌ର ନକଆଉଟ୍‌ରେ ବିରାଟଙ୍କ ବ୍ୟାଟରୁ କେତେ ରନ ବାହାରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.