IND vs NZ : ବ୍ୟାଟିଂ ଲାଇନ୍‌ ଅପ୍‌ ଫେଲ୍‌, ତୃତୀୟ ଦିନିକିଆରେ ୨୧୯ରେ ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍‌

Published By : Prameya-News7 Bureau | November 30, 2022 IST

ମୁମ୍ବାଇ ୩୦।୧୧ : ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଅଫ୍‌ ଫେଲ୍‌ । ତୃତୀୟ ଦିନିକିଆରେ ଭାରତୀୟ ଟିମ୍‌ର ଲଜ୍ଜାଜନକ ବ୍ୟାଟିଂ । ୫୦ ଓଭର ବି ପୁରା ଖେଳିପାରିନାହିଂ ଧାଓ୍ୱାନ ବାହିନୀ । ୪୭ ଓଭର ୩ଟି ବଲ୍‌ରେ ୨୧୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ଓ୍ୱାସିଂଟନ୍‌ ସୁନ୍ଦର ସର୍ବାଧିକ ରନ୍‌ କରିଛନ୍ତି ।

ତୃତୀୟ ଦିନିକିଆରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଘରୋଇ ଟିମ୍‌ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ହେଲେ ଅଧିକ ସମୟ ପାଇଁ ତିଷ୍ଠି ପାରିନଥିଲେ ଓପନର । ଦଳୀୟ ସ୍କୋର ୩୯ ରନ୍‌ ହୋଇଥିବା ଅଧିନାୟକ ଶିଖର ଧାଓ୍ୱାନଙ୍କ ରୂପରେ ଲାଗିଥିଲା ପ୍ରଥମ ଝଟ୍‌କା । ସେ ବ୍ୟକ୍ତିଗତ ଭାବେ ୨୮ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ କୌଣସି ବି ବ୍ୟାଟର ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ । ଶ୍ରେୟସ ଆୟର ୪୯ ରନ୍‌ ଏବଂ ଓ୍ୱାସିଂଟନ୍‌ ସୁନ୍ଦର ୫୧ ରନ୍‌ଙ୍କ ବ୍ୟତୀତ ଆଉ ସବୁ ବ୍ୟାଟର ମାରିଥିଲେ ଫେଲ୍‌ । ଯାହାଫଳରେ ପୁରା ଟିମ୍‌ ୪୭ ଓଭର ୩ଟି ବଲ୍‌ରେ ୨୧୯ରନ୍‌ କରି ଅଲଆଉଟ୍ ହୋଇଯାଇଛି ।

ସେପଟେ ମଧ୍ୟ ନ୍ୟୁଜିଲାଣ୍ଡ ବୋଲର ଦମ୍‌ଦାର ପ୍ରଦର୍ଶନ କରିଥିଲେ । ଟିମ୍‌ ସାଉଦି ୮ ଓଭର ବୋଲିଂ କରି ୩୬ ରନ୍‌ ଦେଇ ୨ଟି ଓ୍ୱିକେଟ୍‌ ନେଇଛନ୍ତି । ତାଙ୍କ ପଛକୁ ମିଚେଲ୍ ଓ ଆଡାମ୍‌ ମିତଲେ ସର୍ବାଧିକ ୩ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିବା ବେଳେ ଲକି ଫର୍ଗୁସନ୍‌ ଏବଂ ମିଚେଲ୍‌ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.