suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

IND vs NZ : ୨ୟ ଦିନିକିଆରେ ବର୍ଷା ବାଧକ, ଟସ୍‌ ହାରି ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ

27/11/2022 at 8:11 AM

ହାମିଲଟନ୍‌ ୨୭।୧୧ : ଭାରତ ପାଇଁ ଶେଷ ସୁଯୋଗ । ଦିନିକିଆ ସିରିଜ୍‌କୁ କମ୍‌ବ୍ୟାକ୍‌ କରିବାକୁ ହେଲେ ୨ୟ ଦିନିକିଆ ମ୍ୟାଚ୍‌କୁ ଜିତିବାକୁ ହେବ । ପ୍ରଥମ ଦିନିକିଆରେ ପରାଜୟ ପରେ ଟିମ୍‌ ଇଣ୍ଡିଆରେ ଏବେ ଟାର୍ଗେଟ ୨ୟ ଦିନିକିଆ । ନ୍ୟୁଜିଲାଣ୍ଡର ହାମିଲଟନ୍‌ର ସିଡେନ୍‌ ପାର୍କରେ ସିରିଜ୍‌ର ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି ।

ତେବେ ୨ୟ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଯାହାଫଳରେ ପ୍ରଥମେ ବ୍ୟାଟିଂ  କରିବାକୁ ଓହ୍ଲାଇଛି ।  ଓପନର ଶିଖର ଧାଓ୍ୱନ ଓ ଶୁଭମନ୍‌ ଗିଲ୍‌ ପଡିଆକୁ ଓହ୍ଲାଇଛନ୍ତି । ପୂର୍ବ ମ୍ୟାଚ୍‌ ପରି ଉଭୟ ଅତି ରକ୍ଷଣାତ୍ମକ ଭାବେ ବ୍ୟାଟିଂ କରୁଛନ୍ତି । ଉଭୟ  ୪.୫ ଓଭର ଖେଳି ୨୨ ରନ୍‌ ସଂଗ୍ରହ କରିଛନ୍ତି । ସେଥିରେ ଶିଖର ଧାଓ୍ୱନଙ୍କ ବ୍ୟକ୍ତିଗତ ୨ରନ୍‌ ଥିବା ବେଳେ ଶୁଭ୍‌ମନ ଗିଲ୍‌ଙ୍କ ୧୯ ରନ୍‌ ରହିଛି । ହେଲେ ବର୍ଷା ସାଜିଛି ପୁଣି ବାଧକ । ବର୍ଷା ପାଇଁ ଖେଳକୁ ୪.୫ ଓଭରରେ ସ୍ଥଗିତ ରଖାଯାଇଛି । ବର୍ଷା ଛାଡିବା ପରେ ପୁଣି ଥରେ ଖେଳ ଆରମ୍ଭ ହେବ ।

ସେପଟେ ପ୍ରଥମ ଦିନିକିଆ ଜିତି ପୁରା ଜୋଶ୍‌ରେ ଅଛି ଘରୋଇ କିଓ୍ୱି ଟିମ୍‌ । ପ୍ରଥମ ଦିନିକିଆରେ ଭାରତୀୟ ଟିମ୍‌ ୫୦ ଓଭରରେ ୩୦୦ରୁ ଅଧିକ ରନ୍‌ କରିଥିଲେ ବି ବିଜୟୀ ହୋଇପାରିନଥିଲା । ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ପାରିନଥିଲା ଭାରତୀୟ ବୋଲିଂ ଲାଇନ୍‌ଅଫ୍‌ ।  ଶେଷରେ ପ୍ରଥମ ଦିନିକିଆରେ ଧରାଶାୟୀ ହୋଇଥିଲା ଟିମ୍‌ ଇଣ୍ଡିଆ । ଦିନିକିଆ ସିରିଜ୍‌ରେ ଏବେ ଘରୋଇ ଟିମ୍‌ ୧-୦ରେ ଆଗୁଆ ରହିଛି ।

   Related Posts