ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

IND vs NZ 1st T20I: ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଭାରତ

27/01/2023 at 6:45 PM

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ରାଞ୍ଚିରେ ଖେଳାଯାଉଛି। ଏଥିପାଇଁ ଟସ୍ ପଡ଼ିସାରିଛି।  ଭାରତ ଟସ୍‌ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଛି।  

ଦିନିକିଆ ସିରି୍ଜ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇବା ପରେ ଭାରତର ମନବଳ ଦୃଢ଼ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ବିଜୟ ପରେ ଭାରତ ଏହି ଶୃଙ୍ଖଳାରେ ବିଶ୍ୱର ଏକ ନମ୍ବର ଟିମ୍ ହୋଇଛି। ସେହିପରି  ଟି-୨୦ରେ ପୂର୍ବରୁ ହିଁ ଦଳ ଏକ ନମ୍ବର ସ୍ଥାନରେ ରହିଛି। ତେଣୁ ଏହି ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସ୍ଥିତି ମଜଭୁତ ରହିଛି।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଦେଖିଲେ ଦଳ ଅଧିକ ମ୍ୟାଚ୍ ଜିତିଛି ସତ ହେଲେ ନ୍ୟୁଜିଲାଣ୍ଡ ବି ପଛରେ ନାହିଁ। ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ ଜିତିବାକୁ ଅଧିକାଂଶ ମ୍ୟାଚ୍‌ରେ କଡ଼ା ସଂଘର୍ଷ କରିବାକୁ ପଡ଼ିଛି।

ଉଭୟ ଦଳ ମଧ୍ୟରେ ମୋଟ ୨୨ ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ଭାରତ ୧୦ଟିରେ ବିଜୟଲାଭ କରିଥିବା ବେଳେ ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍‌ରେ ଜିତିଛି। ସେହିପରି ୩ଟି ମ୍ୟାଚ୍ ଟାଇ ରହିଛି। ତେଣୁ ଭାରତ ଯଦିଓ ମଜଭୁତ ସ୍ଥିତିରେ ରହିଛି ତେବେ ରେକର୍ଡ ଅନୁସାରେ ନ୍ୟୁଜିଲାଣ୍ଡକୁ କ୍ଲିନ୍‌ ସ୍ୱିପ୍ କରିବା କଷ୍ଟକର ହୋଇପାରେ।

ଏପଟେ ରାଞ୍ଚି ପଡ଼ିଆରେ ଭାରତର ରେକର୍ଡ ଭଲ ରହିଛି। ଦଳ ଏଠାରେ ଗୋଟିଏ ବି ମ୍ୟାଚ୍ ହାରି ନାହିଁ। ତେଣୁ ଭାରତ ଦିନିକିଆ ସିରିଜ୍ କ୍ଲିନ୍‌ ସ୍ୱିପ୍ କରିବା ପରେ ଟି-୨୦ ସିରିଜ୍ କ୍ଲିନ୍‌ ସ୍ୱିପ୍ କରିବା ଅପେକ୍ଷାରେ ରହିଛି।

ଟିମ୍ ଇଣ୍ଡିଆ- ଇଶାନ କିଶନ(ୱିକେଟ କିପର), ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ(ଉପ ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀପକ ହୁଡ୍ଡା, ୱାଶିଂଟନ ସୁନ୍ଦର, ଶିବମ ମାଭି, କୁଲଦୀପ ଯାଦବ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ ଟିମ୍- ଫିନ୍ ଆଲେନ, ଡିଭୋନ କନୱେ(ୱିକେଟ୍ କିପର), ମାର୍କ ଚାମ୍ପନ, ଡାର୍ଲି ମିଚେଲ୍, ଗ୍ଲେନ ଫିଲିପ୍ସ, ମିଚେଲ ସଣ୍ଟନର(ଅଧିନାୟକ), ମାଇେଲ ବ୍ରାସୱେଲ୍, ଜାକୋବ ଡୁଫି, ଇଶ ସୋଡ଼ି, ଲକି ଫର୍ଗୁସନ, ବ୍ଲେୟାର ଟିକନର।

   Related Posts