scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ : ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ରଥମ ମ୍ୟାଚ୍‌ ବିଜୟ ସହ ଦୃଢ ସ୍ଥିତିରେ କିଓ୍ବି ଟିମ୍‌

8/02/2020 at 7:09 AM

ଅକଲାଣ୍ଡ ୦୮।୦୨: ଆଜି ଦ୍ବିତୀୟ ଦିନିକିଆ । ମୁହାଁମୁହିଁ ହେବେ ଭାରତ ବନାମ ନ୍ୟୁଜିଲାଣ୍ଡ । ଭାରତ ପାଇଁ ‘କର ବା ମର’ ପରିସ୍ଥିତି । ଦ୍ବିତୀୟ ଦିନିକିଆରେ ଭାରତ ଅଧିନାୟକ ବିରାଟ କୋହିଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏବଂ କିଓ୍ବି ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ବିରାଟ । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଆଜିର ମ୍ୟାଚ୍‌ରେ ବୋଲର ମହମ୍ମଦ ସାମିଙ୍କ ବଦଳରେ ମବଦୀପ ସାଇନିଙ୍କୁ ସୁଯୋଗ । ସେହିପରି ୟୁଜବେନ୍ଦ୍ର ଚହଲଙ୍କୁ କୁଲଦୀପ ଯାଦବଙ୍କ ସ୍ଥାନରେ ମ୍ୟାଚ୍‌ ଖେଳିବାକୁ ସୁଯୋଗ ଦିଆଯାଇଛି ।

ଟି-୨୦ ଶୃଙ୍ଖଳା ପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ । ବ୍ୟାଟିଂରେ ଦଳ ସଫଳ ହୋଇଥିଲେ ମଧ୍ୟ ବୋଲର ନିରାଶଜନକ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେଣୁ ଶୃଙ୍ଖଳାରେ ତିଷ୍ଠି ରହିବାକୁ ହେଲେ ଭାରତକୁ ଆଜିର ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡ଼ିଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଦଳକୁ ୩୪୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଦଳ ସହଜରେ ୧୧ ବଲ ବଳକା ଥାଇ ହାସଲ କରି ନେଇଥିଲା ।  ନ୍ୟୁଜିଲାଣ୍ଡ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି

ଭାରତର ପ୍ଲେଇଂ ଇଲେଭେନ୍ :

ବିରାଟ କୋହିଲ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ୍‌, ପୃଥ୍ବୀ ସ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଶାଦ୍ଧ୍ରୁଲ ଠାକୁର, ନଭଦୀପ ସାଇନି, ଯଶପ୍ରୀତ୍ ବୁମରା ।

ନ୍ୟୁଜିଲାଣ୍ଡର ପ୍ଲେଇଂ ଇଲେଭେନ୍ :

ମାର୍ଟିନ୍ ଗପ୍ଟିଲ, ହେନରୀ ନିକୋଲ୍ସ, ଟମ୍ ଲାଥମ୍ (ଅଧିନାୟକ, ଓ୍ବିକେଟରକ୍ଷକ), ଜିମି ନିଶାମ, କାଲିନ ଡି ଗ୍ରାଣ୍ଡହୋମ୍, ଟମ୍ ବ୍ଲଣ୍ଡେଲ, ରସ୍ ଟେଲର, ହମିସ ବେନେଟ୍, ଏମ୍‌ ଚମ୍ପାମାନ, କେ ଜାମିଶନ ।

   Related Posts