oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଦୁନିଆର ଚତୁର୍ଥ ସବୁଠୁ ସଫଳ ଟେଷ୍ଟ ଅଧିନାୟକ ହେଲେ ବିରାଟ କୋହଲି, କ୍ଲାଇଭ ଲଏଡଙ୍କୁ ପଛରେ ପକାଇଲେ

17/08/2021 at 5:35 PM

ଲର୍ଡ୍ସ ୧୭।୦୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। ଅଧିନାୟକ ଭାବେ ସବୁଠୁ ଅଧିକ ଟେଷ୍ଟ ଜିତିବା ମାମଲାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି କୋହଲି। ଭାରତୀୟ ଦଳ ଲର୍ଡ୍ସରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ୧୫୧ ରନରେ ହରାଇଛି। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ନର୍ଟିଂହାମରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା।

ଅଧିନାୟକ ଭାବେ ବିରାଟ କୋହଲିଙ୍କ ଟେଷ୍ଟରେ ଏହା ୩୭ ତମ ବିଜୟ ଥିଲା। ସେ ଏ ପର୍ଯ୍ୟନ୍ତ ୬୩ଟି ଟେଷ୍ଟରେ ଭାରତୀତ ଦଳର ନେତୃତ୍ଵ ନେଇ ସାରିଛନ୍ତି। ଏଥିରୁ ତାଙ୍କୁ ୧୫ଟିରେ ପରାଜୟ ମିଳିଥିବା ବେଳେ ୧୧ଟି ମ୍ୟାଚ୍ ଡ୍ର ରହିଛି। କୋହଲି ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଦିଗ୍‌ଜ ଖେଳାଳି କ୍ଵାଇଭ ଲଏଡଙ୍କୁ ପଛରେ ପକାଇଛନ୍ତି। ଲଏଡ ୭୪ଟି ମ୍ୟାଚ୍‌ରୁ ୩୬ଟି ଟେଷ୍ଟରେ ବିଜୟ ହାସଲ କରିଥିଲେ। ୧୨ଟିରେ ତାଙ୍କୁ ପରାଜୟ ମିଳିଥିବା ବେଳେ ୨୬ଟି ମ୍ୟାଚ୍ ଡ୍ର ରହିଥିଲା। କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକ।

ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍‌ ଶୀର୍ଷରେ

ଟେଷ୍ଟରେ ସବୁଠୁ ସଫଳ ଅଧିନାୟକ  ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ୍। ସେ ୧୦୯ଟି ଟେଷ୍ଟରେ ଦଳକୁ ୫୩ଟିରେ ବିଜୟୀ କରାଇଛନ୍ତି। ୨୯ଟି ମ୍ୟାଚ୍‌ ହାରିଥିବା ବେଳେ ୨୭ଟି ଟେଷ୍ଟ ଡ୍ର ରହିଛି। ସେ ୫୦ରୁ ଅଧିକ ଟେଷ୍ଟ ଜିତିବାରେ ଦୁନିଆର ଏକ ମାତ୍ର ଅଧିନାୟକ। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଦ୍ଵିତୀୟରେ ଅଛନ୍ତି ଏବଂ ଅଷ୍ଟ୍ରେଲିଆ ଷ୍ଟିଭ୍ ଓ୍ଵ ତୃତୀୟରେ ଅଛନ୍ତି। ପଣ୍ଟିଂ ୭୭ଟି ମ୍ୟାଚ୍‌ରୁ ୪୮ଟି ଜିତିଥିବା ବେଳେ ୧୬ଟିରେ ପରାଜିତ ହୋଇଛନ୍ତି। ଆଉ ୧୩ଟି ମ୍ୟାଚ୍ ଡ୍ର ରହିଛି। ଷ୍ଟିଭ୍‌ ଓ୍ଵ ୫୭ଟି ମୁକାବିଲାରୁ ୪୧ଟି ଜିତିଥିବା ବେଳେ କେବଳ ୯ଟିରେ ପରାଜିତ ହୋଇଛନ୍ତି ଏବଂ ୭ ମୁକାବିଲା ଡ୍ର ରହିଛି।

   Related Posts