oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ଟି-୨୦ ପରେ ଏବେ ଦିନିକିଆ ଫାଇଟ୍, ଜାଣନ୍ତୁ ଦୁଇ ଦଳର ହେଡ୍ ଟୁ ହେଡ୍ ରେକର୍ଡ  

11/07/2022 at 6:02 PM

ନୂଆଦିଲ୍ଲୀ: ଟେଷ୍ଟ ଏବଂ ଟି-୨୦ ସିରିଜ୍ ପରେ ମଙ୍ଗଳବାରଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଟି-୨୦ ସିରିଜ୍ ଜିତିବା ପରେ ଭାରତ ଦିନିକିଆରେ ଉକ୍ତ ଫର୍ମକୁ ଜାରି ରଖିବାକୁ ଚାହିଁବ। ଅନ୍ୟପଟେ ଇଂଲଣ୍ଡ ଗତ କିଛି ବର୍ଷରେ ନିଜ ଆକ୍ରମଣାତ୍ମକ ଖେଳରେ ଦିନିକିଆ କ୍ରିକେଟରେ ଖେଳିବାର ଶୈଳୀକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଦଳକୁ ଏହାର ଫାଇଦା ୨୦୧୯ ବିଶ୍ଵ ଟାଇଟଲ୍ ସହ ମିଳିଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନୋଟି ଦିନିକିଆ ଜୁଲାଇ ୧୨, ୧୪ ଏବଂ ୧୭ ତାରିଖରେ ଖେଳାଯିବ।

ଭାରତୀୟ ଦଳ ଦିନିକିଆ ସିରିଜରେ କିଛି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ। ଏହି ସିରିଜ୍ ଭାରତର ଓପନର ଶିଖର ଧାଓ୍ଵନଙ୍କ ପରି ଖେଳାଳିଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଆଗାମୀ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଧାଓ୍ଵନଙ୍କୁ ଅଧିନାୟକ ଦାୟିତ୍ଵ ମିଳିଛି। ଅନ୍ତର୍ଜାତୀୟ ସୀମିତ ଓଭର କ୍ରିକେଟରେ ଯେତିକି ସୁଯୋଗ ମିଳିଛି ଧାଓ୍ଵନ ଭଲ ପ୍ରଦର୍ଶନ କରିଛନ୍ତି। ଧାଓ୍ଵନ ଦିନିକିଆ ହେଉ କି ଆଇପିଏଲ ଲଗାତାର ରନ କରିଛନ୍ତି।

ତେବେ ଦିନିକିଆ ସିରିଜରେ ସବୁଠୁ ଅଧିକ ନଜର ବିରାଟ କୋହଲିଙ୍କ ଉପରେ ରହିବ। ପ୍ରଶଂସକ ଆଶା ରଖିଛନ୍ତି ଯେ, ଏହି ଫର୍ମାଟ୍ ଜରିଆରେ କୋହଲି ଫର୍ମକୁ ଫେରିବେ। ଏହି ଗସ୍ତରେ ଟେଷ୍ଟ ଏବଂ ଟି-୨୦ରେ କୋହଲି ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦିନିକିଆରେ ଲୟ ହାସଲ ପାଇଁ ତାଙ୍କ ପାଖରେ ଅଧିକ ସମୟ ମିଳିବ। ରବିବାର ଟି-୨୦ରେ ଭଲ ଆରମ୍ଭ କରିଥିଲେ ହେଁ ଆକ୍ରମଣାତ୍ମକ ଆଭିମୁଖ୍ୟର ପରିଣାମ ଭୋଗିବାକୁ ପଡିଥିଲା।

ଦୁଇ ଦଳର ରେକର୍ଡ

ଭାରତର ଇଂଲଣ୍ଡ ବିପକ୍ଷରେ ଦିନିକିଆରେ ରେକର୍ଡ ଦମଦାର ରହିଛି। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଲ ଉକ୍ତ ରେକର୍ଡକୁ ଏଠାରେ ମଧ୍ୟ କାଏମ ରଖିବାକୁ ଚେଷ୍ଟା କରିବେ।  ୫୦ ଓଭର ଫର୍ମାଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏ ପର୍ଯ୍ୟନ୍ତ ୧୦୩ ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ୫୫ ଏବଂ ଇଂଲଣ୍ଡ ୪୩ଟି ମ୍ୟାଚ୍ ଜିତିଛନ୍ତି। ଦୁଇଟି ମ୍ୟାଚ୍ ଡ୍ର ରହିଥିବା ବେଳେ ତିନି ମ୍ୟାଚ୍‌ର କୌଣସି ଫଳାଫଳ ଆସିନାହିଁ। ଦୁଇ ଦଳ ମଧ୍ୟରେ ଶେଷ ଦିନିକିଆ ସିରିଜ୍ ୨୦୨୧ରେ ଖେଳା ଯାଇଥିଲା। ଉକ୍ତ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା।

ଭାରତ ଏବଂ ଇଂଲଣ୍ଡର ଦିନିକିଆ ଦଳ

ଇଂଲଣ୍ଡ– ଜୋସ୍ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ହେରୀ ବ୍ରୁକ, ବ୍ରାୟଡନ କର୍ସ, ସାମ କୁରନ, ଲିୟାମ ଲିଭିଙ୍ଗଷ୍ଟୋନ, କ୍ରେଗ ଓଭରଟନ, ମାଥ୍ୟୁ ପାର୍କିସନ, ଜୋ ରୁଟ୍, ଜାସନ ରୟ, ଫିଲ୍ ସାଲ୍ଟ, ବେନ ଷ୍ଟୋକ୍ସ, ରିସେ ଟପଲୀ, ଡେଭିଡ୍ ଓ୍ଵିଲି।

ଭାରତ– ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।

   Related Posts