vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ପଞ୍ଚମ ଟେଷ୍ଟ ବାତିଲ୍ ପରେ ଇସିବି ସାମ୍ନାରେ ଏହି ପ୍ରସ୍ତାବ ରଖିଲା ବିସିସିଆଇ, ମ୍ୟାଚ୍ ଆୟୋଜନ ନେଇ ଫିଟିପାରେ ବାଟ

10/09/2021 at 6:51 PM

ମାଞ୍ଚେଷ୍ଟର ୧୦।୦୯: କ୍ରିକେଟ୍ ପ୍ରଶଂସକ  ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ  ସିରିଜ୍‌ର ଶେଷ ମ୍ୟାଚ୍‌କୁ ଚାତକ ପରି ଚାହିଁ ରହିଥିଲେ। ମାତ୍ର କରୋନା ସଙ୍କଟ କାରଣରୁ ଶେଷ ଟେଷ୍ଟ ମ୍ୟାଚ୍ ବାତିଲ୍ ହୋଇଛି। ଭାରତର ସହାୟକ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ଏହି ମୁକାବିଲା ରଦ୍ଦ କରାଯାଇଛି।

ଏହା ପୂର୍ବରୁ ଗୁରୁବାର ଭାରତୀୟ ଦଳର ଅଭ୍ୟାସ୍ ସେସନ ବାତିଲ୍ ହେବା ପରେ ପଞ୍ଚମ ଟେଷ୍ଟ ଖେଳାଯିବ କି ନାହିଁ ସନ୍ଦେହ ଉପୁଜିଥିଲା। ଗୁରୁବାର ହିଁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ଦୁଇ ଥର ଆରଟି ପିସିଆର ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ମାଞ୍ଚେଷ୍ଟର ଟେଷ୍ଟ ଖେଳା ଯିବା ନେଇ ଆଶା କରାଯାଉଥିଲା।

ହେଲେ ଶୁକ୍ରବାର ମ୍ୟାଚ୍ ଆରମ୍ଭ ପୂର୍ବରୁ ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ଘୋଷଣା କରାଯାଇଥିଲା। ପରେ ଇଂଲଣ୍ଡ କ୍ରିକେଟ୍  ବୋର୍ଡ ଶେଷ ଟେଷ୍ଟ ମ୍ୟାଚ୍ ବାତିଲ୍ ହୋଇଥିବା  ସ୍ପଷ୍ଟ କରିଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, ଏହି ମୁକାବିଲା କେବେ ଖେଳାଯିବ। ଏହାର ଉତ୍ତରରେ ବିସିସିଆଇ କହିଛି ଯେ, ଆମର ଏବଂ ଇସିବି ମଧ୍ୟରେ ସଂପର୍କ ମଜବୁତ ରହିଛି। ଆମେ ଇସିବିକୁ ମାଞ୍ଚେଷ୍ଟର  ଟେଷ୍ଟର ତାରିଖ ପୁନଃନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଦେଇଛୁ। ଦୁଇ ବୋର୍ଡ ଏହି ମ୍ୟାଚ୍ ଆୟୋଜନ ନେଇ ଏକ ଓ୍ଵିଣ୍ଡୋ ସନ୍ଧାନ କରିବେ। ଭାରତୀୟ ଦଳ ଆସନ୍ତା ବର୍ଷ ଜୁଲାଇ ମାସରେ ସୀମିତ ଓଭର ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଶେଷ ଟେଷ୍ଟ ଖେଳାଯାଇ ପାରେ ବୋଲି କୁହାଯାଇଛି।

ଭାରତୀୟ ଦଳ ଆଗାମୀ ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ତିନି ଟି-୨୦ ଏବଂ ତିନି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ।

   Related Posts