ଏଜବାଷ୍ଟନ ଟେଷ୍ଟ: ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | July 01, 2022 IST

ବର୍ମିଂହାମ୍‌ ୦୧।୦୭ : ଟସ୍‌ ଜିତିଲା ଇଂଲଣ୍ଡ । ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଟିମ୍। ବର୍ମିଂହାମ୍‌ର ଏଜବାଷ୍ଟନରେ ଖେଳାଯାଉଛି ପଞ୍ଚମ ଟେଷ୍ଟ ମ୍ୟାଚ୍‌ । ଏହି ମୁକାବିଲା ଜିତି ଭାରତୀୟ ଦଳ ସିରିଜ ବିଜୟ ସହ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଘରୋଇ ଦଳ ବିଜୟକୁ ଫେରିବା ପାଇଁ ପ୍ରସ୍ତୁତ ।

ଇଂଲଣ୍ଡ- ଆଲେକ୍ସ ଲିସ, ଜ୍ୟାକ୍‌ କ୍ରାଓଲି, ଓଲି ପୋପ, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ(ଅଧିନାୟକ), ସାମ ବିଲିଙ୍ଗ୍‌ସ, ମାଥ୍ୟୁ ପଟ୍ସ, ଷ୍ଟୁଆର୍ଟ ବ୍ରଡ୍‌, ଜ୍ୟାକ ଲିଚ୍‌, ଜେମ୍ସ ଆଣ୍ଡରସନ ।

ଭାରତ- ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର , ମହମ୍ମଦ ସାମି, ମହମ୍ମଦ ସିରାଜ, ଜଶପ୍ରୀତ ବୁମରା(ଅଧିନାୟକ) ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଏହି ସିରିଜ ଖେଳାଯାଇଥିଲା । ୪ଟି ଟେଷ୍ଟ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା । ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଏକାଧିକ ଖେଳାଳି ଓ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ । ଯାହାଫଳରେ ସିରିଜରେ ଶେଷ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା । ଆଉ ଏବେ ସିରିଜ୍‌ର ଶେଷ ମ୍ୟାଚ୍‌ ଖେଳାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.