scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିନିକିଆ ବିଶ୍ୱକପ୍ ୨୦୨୩ : ଶନିବାର ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌

30/09/2023 at 8:12 AM

ଗୌହାଟୀ ୩୦। ୦୯ : ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଶନିବାର ଦିନ ବର୍ଷାପଡ଼ା ଗ୍ରାଉଣ୍ଡ୍‌ରେ ଆୟୋଜକ ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡକୁ ସାମ୍ନା କରିବ । ଭାରତୀୟ କ୍ରିକେଟ୍‌ପ୍ରେମୀ ବହୁ ତାରକା ଖେଳାଳିଙ୍କୁ ଏକତ୍ର ଦେଖିବାକୁ ସୁଯୋଗ ପାଇବେ । ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ୍‌, କେ ଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଜୋସ ବଟଲର, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସଙ୍କ ଭଳି ମହାନ ଖେଳାଳିମାନେ ଅଭ୍ୟାସ ମ୍ୟାଚ୍‌ ଖେଳିବେ । ଶନିବାର ଏହି ମ୍ୟାଚ୍‌ ‘ହାଉସଫୁଲ୍‌’ ହେବା ନିଶ୍ଚିତ ।

ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳି ସାରିବା ପରେ ଇଂଲଣ୍ଡ ଦଳ ଭାରତରେ ପହଞ୍ଚିଛି । ଭାରତୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ଚାମ୍ପିଅନ୍‌ ଦଳ ନିକଟରେ ମାତ୍ର ୫ ଦିନର ସମୟ ରହିଛି । ୩୮ ଘଣ୍ଟାର ଯାତ୍ରା ପରେ ଇଂଲଣ୍ଡ ଦଳ ଆଜି ଅପରାହ୍ଣରେ ଆସି ଗୌହାଟୀରେ ପହଞ୍ଚିଥିଲା । ଲମ୍ବା ଯାତ୍ରାରେ କ୍ଲାନ୍ତ ଖେଳାଳିମାନେ ହୋଟେଲରେ ବିଶ୍ରାମ ନେଇଛନ୍ତି । ଭାରତୀୟ ଦଳ ଦିନକ ପୂର୍ବରୁ ଗୌହାଟୀରେ ପହଞ୍ଚିଥିଲେ ହେଁ ବିଶ୍ରାମକୁ ପ୍ରାଥମିକତା ଦେଇଛି ।

ତେବେ ଶୁକ୍ରବାର କେବଳ ୪ଜଣ ଖେଳାଳି ଗିଲ, କିଷନ, ଅଶ୍ୱିନ ଓ ସର୍ଦୁଲ ଠାକୁର ଅଭ୍ୟାସ କରିଥିଲେ । ବାକି ଖେଳାଳି ବିଶ୍ରାମ ନେଇଥିଲେ । ଇଂଲଣ୍ଡ ଦଳ ଗୌହାଟୀରେ ଉଭୟ ଅଭ୍ୟାସ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ୨ ତାରିଖରେ ଦଳ ବାଂଲାଦେଶକୁ ଭେଟିବା ପରେ ଅହମ୍ମଦାବାଦ ଯାତ୍ରା କରିବ । ୫ ତାରିଖରେ ବିଶ୍ୱକପ୍‌ ଆରମ୍ଭ ହେବ ।

ଦିନିକିଆ ବିଶ୍ୱକପ ୨୦୨୩ର ଉଦ୍‌ଘାଟନୀ ମୁକାବିଲାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ଭାରତୀୟ ଦଳ ସମ୍ପ୍ରତି ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ (୨-୧) ଜିତି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିଛି । ମାତ୍ର ଇଂଲଣ୍ଡ ଦଳକୁ ହରାଇବା ସହଜ ହେବ ନାହିଁ । ୨୦୧୯ ବିଶ୍ୱକପ ଜିତିବା ଦିନଠୁ ଦିନିକିଆ କ୍ରିକେଟ୍‌ରେ ଇଂଲଣ୍ଡର ଆଧିପତ୍ୟ ଜାରି ରହିଛି । ବିଗତ ଦିନରେ ଅନେକ ପ୍ରତିଭାବାନ ଖେଳାଳି ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ଓ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

   Related Posts