IND vs BAN : ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ବାଂଲାଦେଶ, ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | December 04, 2022 IST

ମୀରପୁର ୦୪।୧୨: ରବିବାରଠୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଘରୋଇ ଟିମ୍‌ ବାଂଲାଦେଶ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ଦଳକୁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍‌ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ତେବେ ପ୍ରଥମ ଦିନିକିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲର କୁଳଦୀପ ସେନ୍‌ ।

wp:html /wp:html

ଭାରତୀୟ ଟିମ୍‌ - ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଶାହାବାଜ୍‌ ଅହମ୍ମଦ, ୱାସିଂଟନ ସୁନ୍ଦର, ସୁର୍ଦଲ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, କୁଳଦୀପ ସେନ୍‌ ।

wp:html /wp:html

ବାଂଲାଦେଶ ଟିମ୍‌- ଲିଟନ ଦାସ(ଅଧିନାୟକ), ଅନାମୁଲ ହକ, ସାକିବ ଅଲ୍‌ ହାସନ, ଏନ୍‌.ଏଚ୍‌ ସାଣ୍ଟୋ, ମହମୁଦୁଲ୍ଲା, ମୁସଫିକର ରହିମ, ଏଚ୍‌ ଧ୍ରୁବ, ମେହଦି ହାସାନ ମିରାଜ, ହାସାନ ମହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.