ମୀରପୁର ୦୭।୧୨ : ୨ୟ ଦିନିକିଆରେ ବି ଟସ୍ ଜିତିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଘରୋଇ ଟିମ୍ । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ରେ ଭାରତୀୟ ଟିମ୍ରେ ୨ଟି ପରିବର୍ତ୍ତନ କରାଯାଇଛି । ଶାହାବାଜ୍ ଅହମ୍ମଦ ଓ କୁଳଦୀପ ସେନ୍ଙ୍କ ବଦଳରେ ଅକ୍ଷର ପଟେଲ ଏବଂ ଉମ୍ରାନ୍ ମଲ୍ଲିକ ଟିମ୍ରେ ସାମିଲ ହୋଇଛନ୍ତି ।
ଭାରତ-ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ ଚାଲିଛି । ପ୍ରଥମ ଦିନିକିଆରେ ବାଂଲାଦେଶ ଟିମ୍ ରୋମାଞ୍ଚକର ସହ ବିଜୟ ହାସଲ କରିଛି । ହେଲେ ଭାରତୀୟ ଟିମ୍ ପାଇଁ ୨ୟ ଦିନିକିଆ ମ୍ୟାଚ୍ ଜିତିବା ଏବେ ବାଧ୍ୟତାମୂଳକ ହୋଇଯାଇଛି । ଯଦି ବାଂଲାଦେଶ ଟିମ୍ ୨ୟ ଦିନିକିଆ ମ୍ୟାଚ୍ ଜିତିଯାଉଛି । ତେବେ ସିରିଜ୍ ଉପରେ କବ୍ଜା କରିବ ବାଂଲାଦେଶ ଟିମ୍ ।
wp:html/wp:htmlA look at our Playing XI for the 2nd ODI.
— BCCI (@BCCI) December 7, 2022
Kuldeep Sen complained of back stiffness following the first ODI on Sunday. The BCCI Medical Team assessed him and has advised him rest. He was not available for selection for the 2nd ODI.#BANvIND pic.twitter.com/XhQxlQ6aMZ
ଭାରତୀୟ ଟିମ୍ – ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ସୁର୍ଦଲ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, ଉମ୍ରାନ୍ ମଲ୍ଲିକ ।
ବାଂଲାଦେଶ ଟିମ୍- ଲିଟନ ଦାସ(ଅଧିନାୟକ), ଅନାମୁଲ ହକ, ସାକିବ ଅଲ୍ ହାସନ, ଏନ୍.ଏଚ୍ ସାଣ୍ଟୋ, ମହମୁଦୁଲ୍ଲା, ମୁସଫିକର ରହିମ, ଏଚ୍ ଧ୍ରୁବ, ମେହଦି ହାସାନ ମିରାଜ, ହାସାନ ମହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ।