Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ମହାକାଲ୍‌ ଦର୍ଶନ କଲେ ବିରାଟ୍‌-ଅନୁଷ୍କା, ଆଳତୀର ଭିଡିଓ ଭାଇରାଲ୍‌

4/03/2023 at 8:40 AM

ମୁମ୍ଵାଇ ୦୪।୦୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଚାଲିଛି। ଏହି ସିରିଜ୍‌ରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍‌ ହୋଇଛି। ଯେଉଁଥିରେ ୨ଟି ମ୍ୟାଚ୍ ଟିମ୍ ଇଣ୍ଡିଆ ନାମରେ ନାମିତ ହୋଇଛି । ଏଥି ସହିତ ଅଷ୍ଟ୍ରେଲିଆ ମ୍ୟାଚର ତୃତୀୟ ମ୍ୟାଚ ଜିତିଛି। ଏହି ସିରିଜ୍‌ ମଧ୍ୟରେ ଭାରତୀୟ ଦଳର ଭେଟେରାନ୍‌ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ମହାକାଲ ମନ୍ଦିରରେ ପହଞ୍ଚିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭଗବାନ୍‌ଙ୍କୁ ଦର୍ଶନ କରିବା ପାଇଁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଭୋପାଳର ମହାକାଲେଶ୍ୱର ଜ୍ୟୋର୍ତିଲିଙ୍ଗ ନିକଟରେ ପହଞ୍ଚିଥିଲେ। ଯେଉଁଥିରେ ଦୁହେଁ ଭଗବାନଙ୍କ ଦ୍ଵାରରେ ବସିଥିବାର ନଜର ଆସିଛନ୍ତି । ଅନୁଷ୍କା ଟ୍ରାଡିସନାଲ ଲୁକ୍‌ରେ ଖୁବ୍‌ ସୁନ୍ଦର ଦେଖାଉଥିବା ବେଳେ ଦୁହେଁ ଭକ୍ତି ପୂର୍ଣ୍ଣ ଭାବରେ ନଜର ଆସିଛନ୍ତି। କହିବାକୁ ଗଲେ ବିରାଟ କୋହଲି ଟେଷ୍ଟ ଫର୍ମାଟରେ ଦୀର୍ଘ ଦିନ ଧରି ଫର୍ମରେ ନାହାଁନ୍ତି । ତାଙ୍କ ବ୍ୟାଟ୍ସ ସଠିକ୍‌ ଭାବରେ ଚାଲୁ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଆଶା ରହିଛି ଯେ ମହାକାଲଙ୍କ ଦ୍ଵାରରେ ପହଞ୍ଚିଥିବା କୋହଲି ବର୍ତ୍ତମାନ ଚତୁର୍ଥ ତଥା ଟେଷ୍ଟରେ ନିଜ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିବେ । ପରେ ଏକ ବଡ଼ ଇନିଂସ ଖେଳିବେ।

୨୦୧୯ ମସିହାରେ ଟେଷ୍ଟ୍ ଫର୍ମାଟରେ ଏକ ଶତକ ହାସଲ କରିଥିବା ବିରାଟ କୋହଲି ମଧ୍ୟ ଗତ ୨୦ ଟେଷ୍ଟ ଇନିଂସରେ ବ୍ୟାଟିଂ ହାରାହାରି ବହୁତ ଖରାପ ହୋଇଛି। ଯେଉଁଥିରେ ସେ ହାରାହାରି ୨୫ ରେ ରନ୍ ସ୍କୋର କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ୍ କେବଳ ଥରେ ୫୦ ରୁ ଅଧିକ ରନ୍‌ର ଇନିଂସ ଦେଖିବାକୁ ମିଳିଛି। ଯାହା ଦକ୍ଷିଣ ଆଫ୍ରିକା ଗସ୍ତରେ ଡିସେମ୍ବର ୨୦୨୧ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ସମୟରେ ଆସିଥିଲା ​​।

   Related Posts