Ind Vs Aus: ଏଥିପାଇଁ ପ୍ରଥମ ଦିନିକିଆ ଖେଳିବେ ନାହିଁ ରୋହିତ ଶର୍ମା, ସାମ୍ନାକୁ ଆସିଲା ପ୍ରକୃତ କାରଣ
15/03/2023 at 4:32 PM

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଟେଷ୍ଟ ପରେ ଏବେ ଦୁଇ ଦେଶ ମଧ୍ୟରେ ଖେଳାଯିବ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳା। ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ତେବେ ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ।
ଦିନିକିଆ ଦଳ ଘୋଷଣା ପୂର୍ବରୁ ବିସିସିଆଇ ସୂଚାଇ ଦେଇଥିଲା ଯେ, ପ୍ରଥମ ଦିନିକିଆରେ ରୋହିତ ଶର୍ମା ଦଳରେ ଉପଲବ୍ଧ ରହିବେ ନାହିଁ। ତେବେ ରୋହିତ ପ୍ରଥମ ମ୍ୟାଚ୍ କାହିଁକି ଖେଳିବେ ନାହିଁ ତାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ରୋହିତ ନିଜ ପତ୍ନୀ ରିତିକା ସଜଦେହଙ୍କ ଭାଇ କୃଣାଲଙ୍କ ବିବାହ ସମାରୋହରେ ଯୋଗ ଦେଉଥିବାରୁ ସେଥିପାଇଁ ପ୍ରଥମ ଦିନିକିଆ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ନେତୃତ୍ଵ ନେବେ ହାର୍ଦ୍ଦିକ ପାଣ୍ଡ୍ୟା
ରୋହିତଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ଵ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହା ପୂର୍ବରୁ ହାର୍ଦ୍ଦିକ ଭାରତୀୟ ଟି-୨୦ ଦଳର ନେତୃତ୍ଵ ନେଇ ସାରିଛନ୍ତି। ଏହା ପରେ ଦ୍ଵିତୀୟ ଦିନିକିଆରେ ରୋହିତ ଶର୍ମା ଦଳକୁ ଫେରିବେ ଏବଂ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଏହି ମ୍ୟାଚ୍ ମାର୍ଚ୍ଚ ୧୯ରେ ବିଶାଖାପଟନମରେ ଖେଳାଯିବ। ଶୃଙ୍ଖଳାର ଶେଷ ମୁକାବିଲା ମାର୍ଚ୍ଚ ୨୨ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।
ଏ ଖବର ପଢନ୍ତୁ- WTC 2023 ଫାଇନାଲ୍: ଓଭାଲର ମଇଦାନ, ସାମ୍ନାରେ ଅଷ୍ଟ୍ରେଲିଆ, ଭାରତର ଖରାପ ରେକର୍ଡ
ଦୁଇ ଦଳର ଦିନିକିଆ ସ୍କ୍ଵାର୍ଡ
ଭାରତ– ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ରବୀନ୍ଦ୍ର ଜାଡେଜା, ବିରାଟ କୋହଲି, କୁଲଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, କେଏଲ ରାହୁଲ, ଶୁଭମନ ଗିଲ୍, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ ଏବଂ ଜୟଦେବ ଉନାଦକତ।
ଅଷ୍ଟ୍ରେଲିଆ- ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ମାର୍କସ ଷ୍ଟୋଇନିସ୍, ଡେଭିଡ୍ ଓ୍ଵାର୍ଣ୍ଣର, ଗ୍ଲେନ ମ୍ୟାକ୍ସଓ୍ଵେଲ, ଆଲେକ୍ସ କେରି, କ୍ୟାମରୁନ ଗ୍ରୀନ, ଟ୍ରେଭିସ୍ ହେଡ୍, ଜୋଶ ଇଙ୍ଗ୍ଲିସ, ମାର୍ନସ ଲାବୁସେନ, ମିଚେଲ୍ ମାର୍ଶ, ନାଥନ ଏଲିସ, ମିଚେଲ୍ ଷ୍ଟାର୍କ, ସିନ୍ ଆବଟ୍, ଆଷ୍ଟନ ଏଗର ଏବଂ ଆଡମ ଜାମ୍ପା।