scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫାଇନାଲ୍ ମୁକାବିଲାରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହୋଇପାରେ ପରିବର୍ତ୍ତନ, ଜାଣନ୍ତୁ କାହାକୁ ମିଳିବ ସ୍ଥାନ

18/11/2023 at 10:34 PM

ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ ଷଷ୍ଠ ଥର ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତ ତୃତୀୟ ଥର ଚାମ୍ପିଅନ ହେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। କଣ ଟାଇଟଲ୍ ମୁକାବିଲାରେ ଦୁଇ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ? କାରଣ  ଦୁଇ ଦଳ ପିଚ୍  ହିସାବରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରି ପାରନ୍ତି। ତେବେ ଅଷ୍ଟ୍ରେଲିଆ ଅପେକ୍ଷା ଭାରତୀୟ ଦଳରେ ପରିବର୍ତ୍ତନ ହୋଇପାରେ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ସ୍ପିନରଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ  ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତିନି ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇ ପାରନ୍ତି। ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବଙ୍କ ସହ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ତୃତୀୟ ସ୍ପିନର ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇ ପାରନ୍ତି।

IND vs AUS, World Cup Final: R Ashwin might have an outside chance to play  in Ahmedabad, says Madan Lal - India Today
india today

ବାଦ୍ ପଡ଼ି ପାରନ୍ତି ସିରାଜ୍

ଆର ଅଶ୍ଵିନଙ୍କୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ଦଳରେ ସାମିଲ୍ କରାଯାଇପାରେ। ଯଦି ଅଶ୍ଵିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଏ ତେବେ ସିରାଜଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ସିରାଜ୍ ଏ ଯାଏ ସବୁ ମ୍ୟାଚ୍‌ରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ରହି ଆସିଛନ୍ତି। ଅଶ୍ଵିନଙ୍କ ବ୍ୟତୀତ ଦଳରେ ଆଉ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଦଳ ପ୍ରବନ୍ଧକ ଏହା ଉପରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଆସନ୍ତାକାଲି ଟସ୍ ସମୟରେ ଜଣା ପଡ଼ିବ।

indiatoday

ଯଦି ମହମ୍ମଦ ସିରାଜଙ୍କ ଚୂଡ଼ାନ୍ତ ଏକାଦଶରେ ରଖାଯାଏ, ତେବେ ଏମିତି ସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ବାହାରେ ବସିବାକୁ ପଡ଼ିପାରେ। ସେମିତିରେ ବି ସୂର୍ଯ୍ୟକୁମାରଙ୍କୁ ଯେତିକି ସୁଯୋଗ ମିଳିଥିଲା, ତାର ସେ ଫାଇଦା ଉଠାଇ ପାରି ନାହାନ୍ତି। ଅଶ୍ଵିନ ମଧ୍ୟ ବ୍ୟାଟିଂରେ ଯୋଗଦାନ ଦେବାକୁ ସକ୍ଷମ। ତେଣୁ ଫାଇନାଲ୍ ମ୍ୟାଚ୍‌ରେ ଅଶ୍ଵିନ ଖେଳିଲେ ସୂର୍ଯ୍ୟକୁମାର ଓ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିପାରେ।

   Related Posts