IND vs AUS ଦିନିକିଆ ସିରିଜ୍‌ : ଶ୍ରେୟସ୍‌ ଆୟରଙ୍କ ସ୍ଥାନରେ ଖେଳିପାରନ୍ତି ଏହି ଷ୍ଟାର ଖେଳାଳି, ଜାଣନ୍ତୁ ପୁରା ଘଟଣା…

Published By : Prameya-News7 Bureau | March 13, 2023 IST

ମୁମ୍ବାଇ ୧୩।୦୩ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପାଇଁ ଆସିଛି ଦୁଃଖଦ ଖବର । ମ୍ୟାଚ୍‌ର ୩ୟ ଦିନ ପିଠି ଯନ୍ତ୍ରଣାର ସମସ୍ୟା ଭୋଗୁଥିଲେ ଯୁବ ବ୍ୟାଟସମ୍ୟାନ୍‌ ଶ୍ରେୟସ ଆୟର । ଯାହାଫଳରେ ଟିମ୍‌ ଇଣ୍ଡିଆର ପ୍ରଥମ ପାରିରେ ବ୍ୟାଟିଂ କରିବାକୁ ଆସିପାରିନଥିଲେ ଶ୍ରେୟସ ।

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ରେ ଅନୁପସ୍ଥିତ ରହିପାରନ୍ତି ଶ୍ରେୟସ ଆୟର । ଏନେଇ ବୋର୍ଡ କିମ୍ବା ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ମିଳିଥିବା ସୂଚନାଅନୁସାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡିପାରନ୍ତି ଶ୍ରେୟସ ଆୟର । ଯାହାଫଳରେ ତାଙ୍କ ସ୍ଥାନରେ ସଂଜୁ ସାମ୍‌ସମ୍‌ଙ୍କୁ ସୁଯୋଗ ମିଳିପାରେ । ସଂଜୁ ନିଜର ଶେଷ ଦିନିକିଆ ମ୍ୟାଚ୍‌ ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ ।

ତେବେ ସଂଜୁ ସାମ୍‌ସମ୍‌ ମୋଟ ୧୧ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୬୬ ପ୍ରତିଶତରେ ୩୩୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଅର୍ଦ୍ଧଶତକ ମାରିଛନ୍ତି । ସଂଜୁ ସାମ୍‌ସମ୍‌ଙ୍କ ସର୍ବାଧିକ ସ୍କୋର ୮୬ ରନ୍‌ ରହିଛି ।

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌

୧୭ ମାର୍ଚ୍ଚ, ପ୍ରଥମ ଦିନିକିଆ- ଓ୍ୱାଙ୍ଖେଡ ଷ୍ଟାଡିୟମ୍‌, ମୁମ୍ବାଇ

୧୯ ମାର୍ଚ୍ଚ, ଦ୍ୱିତୀୟ ଦିନିକିଆ-  ୟାଇ. ଏସ୍‌ ରାଜଶେଖର ଷ୍ଟାଡିୟମ, ବିଶାଖାପାଟଣା

୨୨ ମାର୍ଚ୍ଚ, ତୃତୀୟ ଦିନିକିଆ, ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌. ଚେନ୍ନାଇ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.