krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IND vs AUS: ଆରମ୍ଭରୁ ୱିକେଟ୍ ହରାଇଲା ଅଷ୍ଟ୍ରେଲିଆ, ଭାରତର ବୋଲିଂ ଆଟାକ୍ ଜାରି…

22/09/2023 at 2:46 PM

indiaVSAustralia First ODI

ମୋହାଲି: ବିଶ୍ୱକପ୍‌ ପୂର୍ବରୁ ଆଜି ଫ୍ଲୋର୍ ଟେଷ୍ଟ ଦେଉଛି ଟିମ୍ ଇଣ୍ଡିଆ। ପଞ୍ଜାବ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଭାରତର ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ୱିକେଟ୍ ହରାଇଛି।

ପ୍ରଥମ ଓଭରର ୪ ବଲ୍‌ରେ ମିଚେଲ ମାର୍ଶ(୪ ବଲ୍ ୪ ରନ୍)ଙ୍କ ୱିକେଟ୍ ନେଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି। ଏହାପରେ ୧୮.୨ ବଲ୍‌ରେ ଡେଭିଡ୍ ୱାର୍ଣ୍ଣର୍‌(୫୩ ବଲ୍ ୫୨ ରନ୍)ଙ୍କ ୱିକେଟ୍ ଯାଇଛି। ରବିନ୍ଦ୍ର ଜାଡେଜା ଶୁଭ୍‌ମନଙ୍କ ହାତରେ କ୍ୟାଚ୍‌ ଦେଇ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ। ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୨୦ ଓଭର ଖେଳି ୨ ୱିକେଟ ହରାଇବା ସହ ୧୦୭ ରନ୍ କରିଛି।  

ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ୫ଟି ବଡ଼ ପରିବର୍ତ୍ତନ କରାଯାଇଛି। ରୁତୁରାଜ ଗାଇକୱାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ଶାମି ଟିମ୍‌କୁ ଫେରିଛନ୍ତି। ତେବେ ଅଫ୍ ସ୍ପିନର ୱାଶିଂଟନ ସୁନ୍ଦରଙ୍କୁ ସାମିଲ୍ କରାଯାଇ ନାହିଁ।

ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଦିନିକିଆ ଫର୍ମାଟରେ ଭାରତ ଏବଂ ଅଷ୍ଟ୍ରେଲିଆ ୫ ଥର ମୁହାଁମୁହିଁ ହୋଇଛନ୍ତି। ଭାରତ କେବଳ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ୪ଟି ମ୍ୟାଚ୍ ହାରିଛି। ତେଣୁ ଏହି ପଡ଼ିଆରେ ଅଷ୍ଟ୍ରେଲିଆର ରେକର୍ଡ ଭଲ ରହିଛି।

ଭାରତୀୟ ଦଳ-

ଶୁଭମନ ଗିଲ, ରୁତୁରାଜ ଗାଇକୱାଡ, ଶ୍ରେୟସ ଆୟର, କେ.ଏଲ ରାହୁଲ (କ୍ୟାପ୍ଟେନ୍/ ୱିକେଟ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା ଓ ମହମ୍ମଦ ଶାମି।

ଅଷ୍ଟ୍ରେଲିଆ ଦଳ-

ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୋସାନେ, କ୍ୟାମେରନ୍ ଗ୍ରୀନ୍, ଜସ୍ ଇଂଲିସ୍ (ୱିକେଟ କିପର), ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ସର୍ଟ, ପାଟ୍ କମିନ୍ସ (କ୍ୟାପ୍ଟେନ୍), ସିନ ଆବଟ ଓ  ଆଡାମ ଜାମ୍ପା

   Related Posts