IND Vs AUS: ବଡ କୀର୍ତ୍ତିମାନ ରଚିଲା ଭାରତ, ୭୬ ବର୍ଷରେ ତୃତୀୟ ଥର ଘଟିଲା ଏମିତି

Published By : Prameya-News7 Bureau | February 11, 2023 IST

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶନିବାର ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ କରିଛି। ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଇନିଂସ ଏବଂ ୧୩୨ ରନରେ କଙ୍ଗାରୁକୁ ମାତ୍ ଦେଇଛି। ଭାରତ ରୋହିତ ଶର୍ମା(୧୨୦ ରନ), ଅକ୍ଷର ପଟେଲ୍(୮୪ ରନ) ଏବଂ ରବୀନ୍ଦ୍ର ଜାଡେଜା(୭୦)ଙ୍କ ଦମଦାର ପ୍ରଦର୍ଶନ ଦମରେ ପ୍ରଥମ ଇନିଂସରେ ୪୦୦ ରନ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ ରନ ଏବଂ ଦ୍ଵିତୀୟ ଇନିଂସରେ ମାତ୍ର ୯୧ ରନରେ ଅଲଆଉଟ୍ ହୋଇ ଲଜ୍ଜାଜନକ ପରାଜୟବରଣ କରିଛି। ବିଜୟ ସହ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି।

ବଡ କୀର୍ତ୍ତିମାନ କଲା ଭାରତ

ଭାରତ ନାଗପୁର ଟେଷ୍ଟ ବିଜୟ ସହ ଏକ ବଡ କୀର୍ତ୍ତିମାନ ରଚିଛି। ଅଷ୍ଟ୍ରେଲିଆ ବିପକ୍ଷରେ ୭୬ ବର୍ଷର ଟେଷ୍ଟ ଇତିହାସରେ ଭାରତ ତୃତୀୟ ଥର ଇନିଂସ ଏବଂ ୧୦୦ରୁ ଅଧିକ ବ୍ୟବଧାନରେ ବିଜୟ ହାସଲ କରିଛି। ଏହା ପୂର୍ବରୁ ଦଳ ୨୦୧୨/୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇନିଂସ ଏବଂ ୧୩୫ ରନରେ ଟେଷ୍ଟ ଜିତିଥିଲା। ସେହିପରି ୧୯୯୭/୯୮ରେ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୨୧୯ ରନର ଧୂଳି ଚଟାଇଥିଲା। ଏହି ଐତିହାସିକ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିଲା।

ଅଶ୍ଵିନ-ଜାଡେଜାଙ୍କ ଜାଲରେ ଫସିଲା କଙ୍ଗାରୁ

ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ଵିନ ଏବଂ ରବୀନ୍ଦ୍ର ଜାଡେଜା ଘାତକ ବୋଲିଂ କରିଛନ୍ତି। ଉଭୟ ମିଶି ମୋଟ୍ ୧୫ ଓ୍ଵିକେଟ୍ ଦଖଲ କରିଛନ୍ତି। ଅଶ୍ଵିନ ମ୍ୟାଚ୍‌ରେ ଆଠ ଓ୍ଵିକେଟ୍ ନେଇଥିବା ବେଳେ  ଜାଡେଜାଙ୍କ ଖାତାକୁ ଆସିଛି ସାତ ଓ୍ଵିକେଟ୍। ତୃତୀୟ ଦିନର ଖେଳରେ ଅଶ୍ଵିନଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ କଙ୍ଗାରୁ ବ୍ୟାଟର। ଅଶ୍ଵିନ ୩୭ ରନ ଦେଇ ୫ ସଫଳତା ହାସଲ କରିଥିଲେ। ତାଙ୍କର ଏମିତି ଘାତକ ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ଦଳ ଗୋଟିଏ ସେସନରେ ହିଁ ଅଲଆଉଟ୍ ହୋଇଥିଲା। ଅଶ୍ଵିନଙ୍କୁ ନେଇ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ମନରେ ଯେଉଁ ଭୟ ରହିଥିଲା, ତାହା ବାସ୍ତବରେ ସଠିକ୍ ସାବ୍ୟସ୍ତ ହୋଇଛି। ଅଷ୍ଟ୍ରେଲିଆକୁ ଅଶ୍ଵିନଙ୍କ ଅବିକଳ ବୋଲର ସହିତ ଅଭ୍ୟାସ୍ କରିବାର କୌଣସି ସୁଫଳ ମିଳିନାହିଁ।

wp:heading {"level":4}

ଏ ଖବର ପଢନ୍ତୁ- ଦୁର୍ଘଟଣା ପରେ ପ୍ରଥମ ଥର ନିଜ ଫଟୋ ସେୟାର କଲେ ପନ୍ତ, ଲେଖିଲେ ଏମିତି ଯାହା ଆପଣଙ୍କ ହୃଦୟ ଛୁଇଁଯିବ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.