ନାଗପୁର ୧୧।୦୨ : ୪୦୦ ରନ୍ରେ ଅଲ୍ଆଉଟ୍ ହେଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତୀୟ ଟିମ୍ ୪୦୦ ରନ୍ରେ ଅଲ୍ଆଉଟ୍ ହୋଇଛି । ଯାହାଫଳରେ ଅଷ୍ଟ୍ରେଲିଆଠୁ ୨୨୩ ରନ୍ରେ ଆଗୁଆ ରହିଛି । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୧୨୦ ରନ୍ କରିଛନ୍ତି । ତାଙ୍କ ପଛକୁ ଅକ୍ଷର ପଟେଲ ୮୪ ରନ୍ ଏବଂ ରବିନ୍ଦ୍ର ଜାଡେଜା ୭୦ କରିଛନ୍ତି ।
wp:html/wp:html1ST Test. WICKET! 139.3: Axar Patel 84(174) b Pat Cummins, India 400 all out https://t.co/SwTGoyHfZx #INDvAUS @mastercardindia
— BCCI (@BCCI) February 11, 2023
ଖବର ଅନୁଯାୟୀ, ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଏହା ଟିମ୍ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ମାତ୍ର ୧୭୭ ରନ୍ରେ ପୁରା ଟିମ୍ ଅଲ୍ଆଉଟ୍ ହୋଇଯାଇଥିଲା । କଙ୍ଗାରୁ ଟିମ୍ ପକ୍ଷରୁ ଲାବୁସେନ୍ ସର୍ବାଧିକ ୪୯ ରନ୍ କରିଥିଲା । ବାକି ଆଉ କୌଣସି ବ୍ୟାଟସମ୍ୟାନ୍ ଭାରତୀୟ ବୋଲରଙ୍କ ସାମ୍ନା କରିପାରନଥିଲେ । ଖାସ୍ କରି ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କ ସ୍ପିନ୍ ଆଗରେ । ବୋଲିଂ ବିଭାଗରେ ଭାରତ ପକ୍ଷରୁ ସର୍ବାଧିକ ଓ୍ୱିକେଟ୍ ଜାଡେଜା ନେଇଛନ୍ତି । ଜାଡେଜା ୫ଟି ଓ୍ୱିକେଟ୍ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଛନ୍ତି ।
ତେବେ ଅଷ୍ଟ୍ରେଲିଆ ଦେଇଥିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ୍ । ହେଲେ କ୍ରିଜ୍ରେ ବହୁ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ ଲୋକେଶ ରାହୁଲ୍ । ମାତ୍ର ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ରାହୁଲ୍ । କିନ୍ତୁ ରୋହିତ ଶର୍ମା ଜୋରଦାର ବ୍ୟାଟିଂ ଜାରି ରଖିଥିଲେ । ନିଜ ଟେଷ୍ଟ କ୍ୟାରିୟରେ ୯ତମ ଶତକ ହାସଲ କରିଛନ୍ତି । ତେବେ ରୋହିତ ଶର୍ମାଙ୍କ ଶତକୀୟ ପାରି ପରେ ଅକ୍ଷର ପଟେଲ ୮୪ ରନ୍ , ରବିନ୍ଦ୍ର ଜାଡେଜା ୭୦ ରନ୍ କରିଛନ୍ତି । ଏହାବ୍ୟବତୀତ ଶେଷ ଆଡକୁ ମହମ୍ମଦ ସାମିଙ୍କ ବିସ୍ଫୋରକ ୩୭ ରନ୍ର ପାରି ଖେଳିଥିଲେ । ଶେଷରେ ପୁରା ଟିମ୍ ୪୦୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି । ଅଷ୍ଟ୍ରେଲିଆଠାରୁ ଟିମ୍ ଇଣ୍ଡିଆ ୨୨୩ ରନ୍ରେ ଆଗୁଆ ରହିଛି ।
ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ଟୋଡ୍ ମର୍ଫି ସର୍ବାଧିକ ୭ଟି ଓ୍ୱିକେଟ୍ ନେଇଥିବା ବେଳେ ପାଟ୍ କିମନ୍ସ ୨ଟି ଓ୍ୱିକେଟ୍ ନେଇଛନ୍ତି । ବାକି ନାଥନ୍ ଲାୟନ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।