ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହେବ ଭାରତ ? ଟିମ୍ ଇଣ୍ଡିଆ ସପକ୍ଷରେ ଖାସ୍ ସମୀକରଣ

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ବିଶ୍ୱକପ ଫାଇନାଲ ରବିବାର ଖେଳାଯିବ । ଦୁଇ ଟିମ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ସେହିପରି କଙ୍ଗାରୁ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଅହମ୍ମଦାବାଦ ପହଞ୍ଚିଛି । ଏବେ ୨୦ ବର୍ଷ ପରେ ପୁଣି ଥରେ ଟାଇଟଲ୍ ମୁକାବିଲାରେ ଦୁଇ ଟିମ୍ ମୁହାଁମୁହିଁ ହେବେ । ଶେଷଥର ଭାରତକୁ ୧୨୫ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ।

ଭାରତ ଏଥର ଫାଇନାଲ୍ ଜିତିବା ସହ ପୂର୍ବ ପ୍ରତିଶୋଧ ନେବାକୁ ମଧ୍ୟକୁ ଲକ୍ଷ୍ୟ ରଖିଛି । ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ବିଶ୍ୱକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି । ଏବେ ଟିମ୍ ଇଣ୍ଡିଆର ନଜର ଆଉ ଏକ ପ୍ରତିଶୋଧ ନେବା ଉପରେ । ଟିମ୍ ଇଣ୍ଡିଆ ଅହମ୍ମଦାବାଦରେ ଅଷ୍ଟ୍ରେଲିଆକୁ ହରାଇ ୨୦ ବର୍ଷ ପୁରୁଣା ବଦଲା ନେବାକୁ ଚାହିଁବ । ଟାଇଟଲ୍ ମୁକିବାଲରେ ଭାରତ ପକ୍ଷରେ ଅନେକ ସମୀକରଣ ରହିଛି । ଏହି ସମୀକରଣ ୨୦୦୩ ବିଶ୍ୱକପ ପରି ଅଟେ ।

ପଢନ୍ତୁ: ବିଶ୍ୱକପ୍ କ୍ରେଜ୍ : ଅହମ୍ମଦାବାଦରେ ଫାଇନାଲ ପୂର୍ବରୁ ସବୁକିଛି ମହଙ୍ଗା, ବିମାନ ଦର ବୃଦ୍ଧିକୁ ଗୋଟିଏ ରାତି ପାଇଁ ହୋଟେଲ ଭଡା ଲକ୍ଷରୁ ଅଧିକ

୨୦୦୩ରେ କଣ ହୋଇଥିଲା ?

ଅଷ୍ଟ୍ରେଲିଆ ଟିମ୍ ଲଗାତାର ୧୦ ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଥିଲା

ଗ୍ରୁପ୍ ରାଉଣ୍ଡରେ ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ

ଟିମ୍ ଇଣ୍ଡିଆ ଲଗାତାର ୮ ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଥିଲା

ଅଷ୍ଟ୍ରେଲିଆ ତୃତୀୟ ଥର ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା

୨୦୨୩ରେ ଅଷ୍ଟ୍ରେଲିଆ ପରି ସ୍ଥିତିରେ ଭାରତ

ଲଗାତାର ୧୦ ବିଜୟ ସହ ଫାଇନାଲରେ ପହଞ୍ଚିଛି ଭାରତ

ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ

ଅଷ୍ଟ୍ରେଲିଆ ଲଗାତାର ୮ ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି

ଭାରତ ପାଖରେ ତୃତୀୟ ଥର ବିଶ୍ୱକପ ଜିତିବା ସୁଯୋଗ

ଭାରତୀୟ ଟିମ୍ ବିଶ୍ୱକପରେ ୧୨ ବର୍ଷ ପରେ ଫାଇନାଲ୍ ମ୍ୟାଚ୍ ଖେଳିବ । ଶେଷ ଥର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୧ରେ ଟିମ୍ ଇଣ୍ଡିଆ ଟାଇଟଲ୍ ମୁକାବିଲା ପାଇଁ ପହଞ୍ଚଥିଲା । ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ହରାଇଥିଲା । ଭାରତ ୧୯୮୩ରେ ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ଚାମ୍ପିୟନ ହୋଇଥିଲା ।

ଅନ୍ୟପଟେ ଅଷ୍ଟ୍ରେଲିଆ ଟିମ୍ ଆଠ ବର୍ଷ ପରେ ବିଶ୍ୱକପ ଫାଇନାଲ ଖେଳିବ । କଙ୍ଗାରୁ ଟିମ୍ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଚାମ୍ପିୟନ ହୋଇଥିଲା ।

Also Read: ବିଶ୍ବକପରେ ୨୫ଶହରୁ ଅଧିକ ରନ୍, ୮୫ ଓ୍ବିକେଟ୍; ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିବେ ଟପ୍-ଟେନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.