ଷ୍ଟାଡିୟମ୍ରେ ଭିଆଇପିଙ୍କ ଭିଡ, ଲ୍ୟାଣ୍ଡିଂ କରିବ ୧୦୦ ଚାର୍ଟର ପ୍ଲେନ
19/11/2023 at 12:31 PM

ଅହମ୍ମଦାବାଦ ୧୯।୧୧: ସୁପରସଣ୍ଡେରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍ । ପଡ଼ିଆରେ ମ୍ଯାଚ୍ ଦେଖିବାକ ଲାଗିବ ଖଚାଖଚ୍ ଭିଡ । ଏଥିରେ ସାଧାରଣ ଦର୍ଶକଙ୍କ ଠାରୁ ଲାଗିବ ଭିଆଇପିଙ୍କ ମେଳା । ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦରେ ଦେଖିବାକୁ ମିଳିଲାଣି କ୍ରିକେଟ ଫ୍ୟାନ୍ସଙ୍କ ଭିଡ଼ ।

ଭାରତ-ଅଷ୍ଟେ୍ରଲିଆ ଫାଇନାଲ୍ ଫାଇଟ୍ ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଗ୍ରାଉଣ୍ଡରେ ଦେଖିବାକୁ ମିଳିବ ଭିଆଇପିଙ୍କ ଭିଡ । ଏଥିପାଇଁ ଷ୍ଟାଡିୟମ ଭିତରେ ଏବଂ ବାହାରେ ହୋଇଛି ସୁରକ୍ଷା ବ୍ୟବସ୍ଥା କଡାକଡି । ଆସନ୍ତୁ ଜାଣିବା ମ୍ୟାଚ୍ ଦେଖିବାକୁ ଆସୁଛନ୍ତି କେଉଁ କେଉଁ ଭିଆଇପି ଏବଂ ଭିଭିଆଇପି ।

ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ପହଞ୍ଚିବେ ପିଏମ୍ ନରେନ୍ଦ୍ର ମୋଦି । ଏହା ସହିତ ଅଷ୍ଟେ୍ରଲିଆର ପିଏମ୍ ଏନ୍ଥନୀ ଅଲ୍ବନୀଜ ପଡ଼ିଆରେ ପହଞ୍ଚିବେ । ଏହାବ୍ୟତୀତ ଅଷ୍ଟେ୍ରଲିଆ ଡେପୁଟି ପିଏମ୍ ରିଚର୍ଡ଼ ମାର୍ଲ୍ସ ବି ଫାଇନାଲ ମ୍ୟାଚ ଦେଖିବାକୁ ପହଞ୍ଚିବେ ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୁଜୁରାଟର ସିଏମ୍ ଭୁପେନ୍ଦ୍ର ପଟେଲ ବି ଅହମ୍ମଦାବାଦର କ୍ରିକେଟ ଗ୍ରାଉଣ୍ଡରେ ଉପସ୍ଥିତ ରହିବେ । ସେପଟେ ପଡିଆରେ ଲାଗିବ ସେଲିବ୍ରେଟିଙ୍କ ଗହଳି । ମ୍ୟାଚକୁ ଦେଖିବାକୁ ଆସିବେ କ୍ରିକେଟରଙ୍କ ପତ୍ନୀ ।

ରିପୋର୍ଟ ଅନୁଯାୟୀ ଆଗାମୀ ଦୁଇ ଦିନରେ ଅହମ୍ମଦାବାଦର ସରଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରେ ୧୦୦ ଚାର୍ଟର ପ୍ଲେନର ଲ୍ୟାଣ୍ଡିଂ ହେବ । ଏହି ପ୍ଲେନରେ ସବୁ ଭିଆଇପି ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ୍ ଦେଖିବା ଲାଗି ମୋଟେରା ଷ୍ଟାଡିୟମରେ ପହଞ୍ଚିବେ । କୁହାଯାଉଛି କି ଫାଇନାଲ୍ ମ୍ୟାଚ ଦେଖିବାକୁ ୧ଲକ୍ଷ ଲୋକ ଆସିପାରନ୍ତି ।

ସେପଟେ ଫ୍ୟାନ୍ସଙ୍କ ଉତ୍ସାହକୁ ଦେଖି ଦିଲ୍ଲୀ ଏବଂ ମୁମ୍ବାଇରୁ ଅହମ୍ମଦାବାଦ ଆସୁଥିବା ଫ୍ଲାଇଟର ଦାମ୍ ବି ହୋଇଯାଇଛି ବହୁଗୁଣା । ଅନ୍ୟପଟେ ହୋଟେଲର ଭଡ଼ା ବି ହୋଇଛି ଆକାଶଛୁଆଁ । ରିପୋର୍ଟ ଅନୁଯାୟୀ ପୂର୍ବରୁ ହୋଟେଲ ଭଡା ୨୪ହଜାର ଟଙ୍କା ଥିଲା, କିନ୍ତୁ ଫାଇନାଲ ମ୍ୟାଚ କାରଣରୁ ଏବେ ଭଡ଼ା ଲକ୍ଷେ ଟଙ୍କା ଛୁଇଁଛି ହୋଟେଲ୍ ଭଡା ।
You Can Read: