ବର୍ଡର-ଗାଭାସ୍କର ସିରିଜ୍ : ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, କଙ୍ଗାରୁ ଟିମ୍ ୭୩/୨
9/03/2023 at 11:29 AM

ଅହମ୍ମଦାବାଦ ୦୯।୦୩ : ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ର ୪ର୍ଥ ମ୍ୟାଚ୍ । ଗୁଜୁରାଟର ଅହମ୍ମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଛି ସିରିଜ୍ର ଶେଷ ମ୍ୟାଚ୍ । ୪ର୍ଥ ଟେଷ୍ଟରେ ପ୍ରଥମ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ବର୍ତ୍ତମାନ ସୁଦ୍ଧା ୨୫ ଓଭର ଖେଳ ସରିଥିବା ବେଳେ ଅଷ୍ଟ୍ରେଲିଆ ୨ ଓ୍ୱିକେଟ୍ ହରାଇ ୭୩ ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ମହମ୍ମଦ ସାମି ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
𝐓.𝐈.𝐌.𝐁.𝐄.𝐑 🔥@MdShami11 sends back Labuschagne to scalp the second wicket for #TeamIndia 👌
— BCCI (@BCCI) March 9, 2023
Follow the match ▶️ https://t.co/8DPghkx0DE#INDvAUS | @mastercardindia pic.twitter.com/LT3ao2kFBk
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ଟିମ୍ । ବ୍ୟାଟିଂ କରିବାକୁ ଆସିଥିଲେ କଙ୍ଗାରୁ ବ୍ୟାଟର ଉସମାନ୍ ଖ୍ୱାଜା ଏବଂ ଟ୍ରାଭିସ୍ ହେଡ୍ । ଉଭୟ କିଛି ସମୟ ପାଇଁ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ । ଶେଷରେ ଦଳୀୟ ସ୍କୋର ୬୩ ରନ୍ ହୋଇଥିବା ବେଳେ ଟ୍ରାଭିସ୍ ହେଡ୍ ପ୍ୟାଭିଲିୟନ୍ ଫେରିଥିଲେ ।
ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବଲ୍ରେ ଆଉଟ ହୋଇଥିଲେ ଟ୍ରାଭିସ୍ ହେଡ୍ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ମାର୍ନସ ଲାବୁସେନ୍ । ହେଲେ ଅଧିକ ସମୟ ପର୍ଯ୍ୟନ୍ତ ସେ ମଧ୍ୟ କ୍ରିଜ୍ ତିଷ୍ଠି ପାରିନଥିଲେ । ମହମ୍ମଦ ସାମିଙ୍କ ଏକ ବଲ୍ର କ୍ଲିନ୍ ବୋଲ୍ଡ ହୋଇଥିଲେ ଲାବୁସେନ୍ । ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ଲାବୁସେନ୍ । ଏବେ କ୍ରିଜ୍ରେ ଉସ୍ମାନ୍ ଖ୍ୱାଜା ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଉପସ୍ଥିତ ରହିଛନ୍ତି ।
ସେପଟେ ବୋଲିଂ ବିଭାଗରେ ଭାରତୀୟ ଟିମ୍କୁ ପ୍ରାଥମିକ ସଫଳତା ମିଳିଛି । ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୪ଜଣ ବୋଲର ବୋଲିଂ କରୁଥିବା ବେଳେ ମାତ୍ର ୨ଜଣଙ୍କୁ ହିଁ ସଫଳତା ମିଳିଛି । ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ମହମ୍ମଦ ସାମି ଗୋଟିଏ ଲେଖାଏଁ ଓ୍ୱିକେଟ୍ ନିଜ ନାମରେ କରିଛନ୍ତି ।
ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୁଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଶ୍ରୀକର ଭରତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ମହମ୍ମଦ ସାମି ।
ଅଷ୍ଟ୍ରେଲିଆ ଏକାଦଶ: ଟ୍ରେଭିସ୍ ହେଡ୍, ଉସମାନ ଖାଓ୍ବାଜା, ଷ୍ଟିଭ୍ ସ୍ମିଥ (ଅଧିନାୟକ), ମାର୍ନସ୍ ଲାବୁସେନ, କାମେରୁନ୍ ଗ୍ରୀନ, ପିଟର୍ ହ୍ୟାଣ୍ଡସକମ୍ବ, ଆଲେକ୍ସ କ୍ୟାରୀ, ମିଚେଲ୍ ଷ୍ଟାର୍କ, ଟଡ୍ ମର୍ଫି, ନାଥାନ୍ ଲାୟନ ଓ ମାଥ୍ୟୁ କୁହ୍ନେମାନ ।