IND vs AUS 4th Test : ଡ୍ର ଅଭିମୁଖେ ସିରିଜ୍ର ଶେଷ ମ୍ୟାଚ୍, ଅଷ୍ଟ୍ରେଲିଆ ୭୭/୧
13/03/2023 at 12:24 PM

ଅହମ୍ମଦାବାଦ୍ ୧୩।୦୩ : ଡ୍ର ଅଭିମୁଖେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରେ ଶେଷ ମ୍ୟାଚ୍ ଅହମ୍ମଦାବାଦ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ମଧ୍ୟାହ୍ନ ଭୋଜନ୍ ବିରତି ସୁଦ୍ଧା ଅଷ୍ଟ୍ରେଲିଆ ଗୋଟିଏ ଓ୍ୱିକେଟ୍ ହରାଇ ୭୭ରନ୍ କରିଛି । ଏବେବି ଭାରତ ଠାରୁ ୧୪ ରନ୍ ପଛରେ ରହିଛି ଭ୍ରମଣକାରୀ ଦଳ ।
Lunch on Day 5 of the 4th Test.
— BCCI (@BCCI) March 13, 2023
Australia 73/1, trail India (571) by 18 runs.
Scorecard – https://t.co/KjJudHw47Q #INDvAUS @mastercardindia pic.twitter.com/8a1MQsx5Gq
୪ର୍ଥ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୮୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା କଙ୍ଗାରୁ ଟିମ୍ । ଏହାପରେ ପ୍ରଥମ ଇନିଂସରେ ବ୍ୟାଟିଂ କରି ଭାରତୀୟ ଟିମ୍ ୫୭୧ ରନ୍ରେ ବିଶାଳ ରନ୍ କରିଥିଲା । ଯାହାକି ଅଷ୍ଟ୍ରେଲିଆ ଠାରୁ ୯୧ ରନ୍ରେ ଆଗୁଆ ଥିଲା ଭାରତ ।
ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଯୁବ ବ୍ୟାଟସମ୍ୟାନ୍ ଶୁଭମନ୍ ଗିଲ୍ ଶତକୀୟ ପାରି ଖେଳିଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ଏକ ଶତକ କରିଥିଲେ । ଦ୍ୱିଶତକରୁ ମାତ୍ର ୧୪ ରନ୍ ବାକି ଥାଇ ଆଉଟ ହୋଇଯାଇଥିଲା ବିରାଟ । ଶେଷରେ ପୁରା ୫୭୧ ରନ୍ ହିଁ କରିଥିଲା । ତେବେ ଭାରତର ପ୍ରଥମ ଇନିଂସ ଶେଷ ପରେ ବ୍ୟାଟିଂ କରିବାକୁ ଆସିଥିଲା ଅଷ୍ଟ୍ରେଲିଆ । ୪ର୍ଥ ଟେଷ୍ଟରେ ପଞ୍ଚମ ଦିନରେ ଖେଳ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ଗୋଟିଏ ଓ୍ୱିକେଟ୍ ହରାଇ ୭୭ରନ୍ କରିଛି । ଏବେବି ଭାରତ ଠାରୁ ୧୪ ରନ୍ ପଛରେ ରହିଛି କଙ୍ଗାରୁ ଟିମ୍ ।
୪ର୍ଥ ଟେଷ୍ଟ ଡ୍ର ଅଭିମୁଖେ ଗତି କରୁଛି । ଯଦି ଅହମ୍ମଦାବାଦ୍ ଟେଷ୍ଟ ମ୍ୟାଚ୍ ଡ୍ର ହୁଏ । ତେବେ ଭାରତ ୨-୧ରେ ସିରିଜ୍ ବିଜୟୀ ହୋଇଯିବ । ଯାହାଫଳରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲରେ ପ୍ରବେଶ କରିବାର ଟିକେଟ୍ ମିଳିଯିବ ।