Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

IND VS AUS 4th Test: ପ୍ରଥମ ଦିନରେ ଡ୍ରାଇଭିଂ ସିଟ୍‌ରେ ଅଷ୍ଟ୍ରେଲିଆ, ୪ ୱିକେଟ୍ ହରାଇ କଲା ୨୫୫ ରନ, ଖ୍ୱାଜାଙ୍କ ଶତକ

9/03/2023 at 5:41 PM

ଅହମଦାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର୍ ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟିମ୍ ଡ୍ରାଇଭିଂ ସିଟରେ ରହିଛି । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଟିମ୍ ୪ ୱିକେଟ୍ ହରାଇ ୨୫୫ ରନ ହାସଲ କରିଛି । ଅଷ୍ଟ୍ରେଲିଆ ପାଇଁ ଉସମାନ ଖ୍ୱାଜା ଶତକ ହାସଲ କରିଛନ୍ତି ।

ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ଟିମ ବିନା କୌଣସି ପରିବର୍ତ୍ତନରେ ମୈଦାନକୁ ଓହ୍ଲାଇଥିବା ବେଳେ ରୋହିତ୍ ଶର୍ମା ଟିମ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ କରିଥିଲେ । ଟିମରେ ମହମ୍ମଦ ସିରାଜଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ସ୍ଥାନ ମିଳିଥିଲା ।

ଅଷ୍ଟ୍ରେଲିଆ ପାଇଁ ଦୁଇ ଓପନର ଭଲ ଖେଳ ପ୍ରଦର୍ଶନ କରିଥିଲେ । ଦଳ ୬୧ ରନରେ ଟ୍ରାଭିସ ହେଡ୍‌ଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା । ଟ୍ରାଭିସ୍ ହେଡ୍ ୩୨ ରନରେ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ୭୨ ରନରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଦେଇଥିଲେ ମହମ୍ମଦ ଶାମି । ଲାବୁସେନ ୩ ରନରେ ବୋଲ୍ଡ ହୋଇଥିଲେ ।

ଦ୍ୱିତୀୟ ସେସନରେ ଅଷ୍ଟ୍ରେଲିଆ କୌଣସି ୱିକେଟ୍ ହରାଇ ନଥିଲା, କିନ୍ତୁ ତୃତୀୟ ସେସନରେ ଭାରତକୁ ଦୁଇଟି ୱିକେଟ୍ ମିଳିଥିଲା । ତୃତୀୟ ୱିକେଟ୍ ଭାବେ ଷ୍ଟିଭ୍ ସ୍ମିଥଙ୍କୁ ରବିନ୍ଦ୍ର ଜାଡେଜା ଆଉଟ୍ କରିଥିଲେ । ଏହାପରେ ପିଟର ହ୍ୟାଣ୍ଡସକମଙ୍କୁ ମହମ୍ମଦ ଶାମି ଆଉଟ୍ କରିଥିଲେ । ଉସମାନ ଖ୍ୱାଜା ୧୦୪ ରନ ଏବଂ କ୍ୟାମରୋନ ଗ୍ରୀନ ୪୯ ରନ କରି ଅପରିଜତ ଅଛନ୍ତି ।  

   Related Posts