Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

IND vs AUS 4th Test : ତୃତୀୟ ଦିନର ଖେଳ ଶେଷ, ଭାରତ ୨୮୯/୩, ଅଷ୍ଟ୍ରେଲିଆ ୧୯୧ ରନରେ ଆଗୁଆ

11/03/2023 at 6:26 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ନିର୍ଣ୍ଣାୟକ ମୁକାବିଲା ଅହମଦାବାଦରେ ଖେଳାଯାଉଛି । ଶନିବାର ଟେଷ୍ଟ ମ୍ୟାଚର ତୃତୀୟ ଦିନ ଶେଷ ହୋଇଛି । ତୃତୀୟ ଦିନ ଖେଳ ଶେଷରେ ଭାରତ ପ୍ରଥମ ପାଳିରେ ୩ ୱିକେଟ୍ ହରାଇ ସ୍କୋର ବୋର୍ଡରେ ୨୮୯ ରନ ଲଗାଇଛି । ବିରାଟ କୋହଲି ୫୯ ଏବଂ ରବିନ୍ଦ୍ର ଜାଡେଜା ୧୬ ରନ କରି ଅପରାଜିତ ଅଛନ୍ତି । ଜାଡେଜା ଏବଂ କୋହଲିଙ୍କ ମଧ୍ୟରେ ୪୪ ରନର ପାର୍ଟନରଶିପ ହୋଇ ସାରିଛି । ଭାରତୀୟ ଟିମ ଏବେ ଅଷ୍ଟ୍ରେଲିଆ ଠାରୁ ୧୯୧ ରନ ପଛରେ ରହିଛି ।

ତୃତୀୟ ଦିନରେ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ୭୪ ରନ ପାର୍ଟନରଶିପ ହୋଇଥିଲା । ରୋହିତ ୩୫ ରନରେ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ଚେତେଶ୍ୱର ପୂଜାରା ୪୨ ରନରେ ମୁର୍ଫିଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ । ଶୁଭମନ ଗିଲ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଶତକ ହାସଲ କରିଥିଲେ । ୧୨୮ ରନର ବ୍ୟକ୍ତିଗତ ସ୍କୋରରେ ନାଥାନ ଲିୟନଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ ଗିଲ୍ ।

ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟିମ ପ୍ରଥମ ଇନିଂସରେ ୪୮୦ କରିଛି । ଅଷ୍ଟ୍ରେଲିଆ ପାଇଁ ଖୱାଜା ୧୮୦ ଏବଂ କ୍ୟାମରିନ ଗ୍ରୀନ ୧୧୪ ରନ କରିଥିଲେ । ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୬ ୱିକେଟ୍ ନେଇଥିଲେ । ମ୍ୟାଚରେ ଆଉ ଦୁଇ ଦିନ ବାକି ଥିବା ବେଳେ ବଡ଼ ସ୍କୋର କରି ଶେଷ ଦିନରେ ଅଷ୍ଟ୍ରେଲିଆ ଟିମକୁ ଆଉଟ୍ କରିବା ପାଇଁ ଭାରତ ଯୋଜନା କରିପାରେ ।

   Related Posts